Masthead

ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା, ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟଙ୍କା, ଟଙ୍କା ଖାଲି ଟଙ୍କା । ଖାଲି ଟଙ୍କାର ପାହାଡ଼ । ଯେତେ ଖୋଳିଲେ, ସେତେ ବାହାରୁଛି । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ରାଜ୍ୟରେ ଚାଲିଥିବା ଆୟକର ବିଭାଗର ଖୋଳତାଡ଼ରେ ପ୍ରତିଦିନ ବାହାରୁଛି ନୂଆ ନୂଆ ତଥ୍ୟ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଯାଞ୍ଚ ଓ ତା’ ସହ କୋଟି କୋଟି ଟଙ୍କାର ଗଣତି । ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି । ଜବତ ହୋଇଥିବା ୨୦୦ କୋଟିରୁ ଅଧିକ ଟଙ୍କାକୁ ଗଣତି କରିବାରେ ଲାଗିଛନ୍ତି ଆୟକର ବିଭାଗ । ସମ୍ବଲପୁର, ବଲାଙ୍ଗିର, ରାଉରକେଲା, ବୌଦ୍ଧ, ସୁନ୍ଦରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ