Masthead

୫ ଦଫା ଦାବି ନେଇ ଜଳ ସମ୍ପଦ କାର୍ଯ୍ୟାଳୟ ଘେରିଲେ ତିର୍ତ୍ତୋଲ କଂଗ୍ରେସ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ଧରି ଲାଗିରହିଥିବା ଡ୍ରେନେଜ୍ ସମସ୍ୟାକୁ ନେଇ ଜଳ ସମ୍ପଦ କାର୍ଯ୍ୟାଳୟ ଘେରିଲେ ତିର୍ତୋଲ କଂଗ୍ରେସ। ସୂଚନା ଅନୁସାରେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଦେଇ ହଂସୁଆ ନଦୀ ପ୍ରଭାବିତ ହୋଇଅଛି। କିନ୍ତୁ ଦୁଃଖର ବିଷୟ ଏହି ନଦୀର ସଜ୍ୟା ଖନନ, ବନ୍ଧ ସୁଦୃଢୀକରଣ, ସଫେଇ, ଜଳ ନିଷ୍କାସନ ଓ ପ୍ରତେକ ବର୍ଷ ଧୋଇ ଯାଉଥିବା ଫସଲ ନିମନ୍ତେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦିର୍ଘଦିନ ଧରି ତିର୍ତୋଲ କଂଗ୍ରେସ ପ୍ରସାଶନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ୫ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।

ଆଠ ମାସ ବିତି ଯାଇଥିଲେ ମଧ୍ୟ କେହି ଚାଷୀ ମାନଙ୍କର ଦୁଃଖ ଦୁର୍ଦ୍ଦଶା ନ ବୁଝିବାରୁ ଆଜି ବାଧ୍ୟ ହୋଇ ତିର୍ତୋଲ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଆନ୍ଦୋଳନରେ ଜିଲ୍ଲା ସଭାପତି ନଟବର ବାରିକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବରିଷ୍ଠ ନେତା ମାନେ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ତା ସହିତ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ୫ ଦଫା  ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଏହି ଦାବି ଉପରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର