Masthead

ଲୋକସଭାରୁ ବହିଷ୍କାର ହେଲେ ଟିଏମସି ନେତା ମହୁଆ ମୈତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭାରୁ ବହିଷ୍କାର ହେଲେ ଟିଏମସି ନେତା ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ତାଙ୍କୁ ବହିଷ୍କୃତ କରାଯାଇଛି । ଏଥିକ୍ସ କମିଟିର ସୁପାରିସକୁ ଲୋକସଭାରେ ମଞ୍ଜୁରୀ ଦେଇଛି । ମହୁଆଙ୍କ ବିରୋଧରେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା ।

ଏହା ଉପରେ ଗୃହରେ ବିତର୍କ ହେବା ପରେ ମହୁଆଙ୍କୁ ବହିଷ୍କାର ପାଇଁ ଏଥିକ୍ସ କମିଟି କରିଥିବା ସୁପାରିଶ ବାଚନିକ ଭୋଟରେ ଗୃହୀତ ହୋଇଥିଲା । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା । ମହୁଆଙ୍କ ଆଚରଣକୁ ଅନୈତିକ କହିଲେ ଲୋକସଭା ବାଚସ୍ପତି । ବହିଷ୍କାର ଆଦେଶ ପରେ ଗର୍ଜିଲେ ମହୁଆ ମୈତ୍ର । ବିରୋଧୀଙ୍କ ସହ କକ୍ଷତ୍ୟାଗ ପରେ ସଂସଦ ବାହାରେ ବର୍ଷିଲେ । ସେ କହିଛନ୍ତି, ସବୁ ନିୟମ ଉଲ୍ଲଂଘନ ହୋଇଛି । ମୋ ବିରୋଧରେ କୌଣସି ପ୍ରମାଣ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ