Masthead

ରାଜସ୍ଥାନ, ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ଫାଇନାଲ, ସନ୍ଧ୍ୟାରେ ହେବ ନାଁ ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ଫାଇନାଲ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିଛି ମୋହର । ଆଜି ସନ୍ଧ୍ୟାରେ ଘୋଷଣା ହେବ ନାଁ । ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ପରେ ନାଁ ଘୋଷଣା କରାଯିବ । ଉଭୟ ରାଜ୍ୟରେ ନୂଆ ଚେହେରା ଦେଇପାରେ ବିଜେପି । ରାଜସ୍ଥାନରେ ବିଜେପି ପାଇଁ କଣ୍ଟା ସାଜିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ଦୀର୍ଘ ତିନି ଦିନ ଧରି ଦିଲ୍ଲୀରେ ଦଳର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ମଧ୍ୟ ତାଙ୍କର ବିଦ୍ରୋହ ମନୋଭାବ ହ୍ରାସ ପାଇନାହିଁ । ତାଙ୍କୁ ଏକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି ।

ଗୋଟିଏ ବର୍ଷ ପରେ ସେ ନିଜେ ସିଏମ୍ ପଦ ଛାଡିବେ ବୋଲି କହିଛନ୍ତି । କିନ୍ତୁ ନେତୃତ୍ୱ ତାଙ୍କୁ ବିଧାନସଭା ବାଚସ୍ପତି ହେବାକୁ କହିଥିଲେ। ବସୁନ୍ଧରା ରାଜେ ବାଚସ୍ପତି ହେବାକୁ ସ୍ପଷ୍ଟ ମନା କରିଦେଇଥିବା ଜଣାପଡିଛି । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଲାଶ ବିଜୟଭର୍ଗୀୟଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ଆଜି ସନ୍ଧ୍ୟାରେ ହେବାକୁ ଥିବା ଦୁଇ ରାଜ୍ୟର ବିଧାୟକ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ଗତକାଲି ଛତିଶଗଡ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ଦଳ । ଛତିଶଗଡର ପ୍ରଥମ ଆଦିବାସି ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କୁ ଦାୟିତ୍ୱ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ