Masthead

ରାଜସ୍ଥାନରେ ଭଜନ ଲାଲଙ୍କ ରାଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ରାଜସ୍ଥାନରେ ବିଜେପି ଖେଳିଛି ସରପ୍ରାଇଜ କାର୍ଡ । ଯେମିତି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ହୋଇଥିଲା । ସବୁ ଚର୍ଚ୍ଚିତ ନାଁ କୁ ଆଡେଇ ଦେଇ ଭଜନ ଲାଲଙ୍କ ମଥାରେ ରାଜସ୍ଥାନର ରାଜତିଳକ କରିଛି ବିଜେପି । ଏହା ସହିତ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଆଉ ଗୋଟିଏ ଦୃଶ୍ୟ ମଧ୍ୟ ପୁନଃରାବୃତ୍ତି ହୋଇଛି । ଯେଉଁମାନେ ଆଶାୟୀ ସେହିମାନେ ସାଜିଛନ୍ତି ପ୍ରସ୍ତାବକ । ଛତିଶଗଡ଼ରେ ବିଷ୍ଣୁଦେଓ ସାଏଙ୍କ ପାଇଁ ରମଣ ସିଂ ଓ ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କ ପାଇଁ ଶିବରାଜ ସିଂ ଚୌହାନଙ୍କୁ ପ୍ରସ୍ତାବକ ଦାୟିତ୍ୱ ଦିଆଯାଇଥିଲା । ସେହିଭଳି ରାଜସ୍ଥାନରେ ତୀବ୍ର ଆଶାୟୀ ବସୁନ୍ଧରା ରାଜେ ସିିନ୍ଧିଆଙ୍କୁ ଭଜନଲାଲଙ୍କ ପାଇଁ ପ୍ରସ୍ତାବକ ହେବାକୁ ପଡିଲା ।

ଛତିଶଗଡ଼ରେ ବିଜେପି ଆଦିବାସୀ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ ବାଛିଥିବା ବେଳେ ମଧ୍ୟପ୍ରଦେଶରେ ଓବିସି ସମ୍ପ୍ରଦାୟ ଓ ରାଜସ୍ଥାନରେ ବ୍ରାହ୍ମଣ ସମ୍ପ୍ରଦାୟର ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ଦୁଇ ରାଜ୍ୟ ଭଳି ଏଠି ମଧ୍ୟ ଉପମୁଖ୍ୟମନ୍ତ୍ରୀର ର୍ଫମୁଲା ରଖାଯାଇଛି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବିଷ୍ଣୁଦେଓ ସାଏ ସରପଂଚରୁ ସିଏମ ଯାଏଁ ପହଞ୍ଚି ପାରିଛନ୍ତି । ସେହିଭଳି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଜନଲାଲ ଶର୍ମା ମାତ୍ର ଥରଟିଏ ବିଧାୟକ ହୋଇଛନ୍ତି । ଏହି ତିନି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନାଁ ସହିତ ବିଜେପିରେ ନୂଆ ଯୁଗର ରାଜନୀତି ଆଉ ଟିକିଏ ଆଗକୁ ବଢିଛି । ଗୁଜୁରାଟ, ଆସାମ, ତ୍ରିପୁରା ହରିୟାଣା ଭଳି ଛତିଶଗଡ଼ , ମଧ୍ୟପ୍ରଦେଶ, ରାଜସ୍ଥାନରେ ପୁରୁଣା ନାଁ କୁ ଭରସା ନ କରି ନୂଆ ମୁହଁକୁ ନେତୃତ୍ୱ ଦେଇଛି ବିଜେପି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା