Masthead

ଡଙ୍ଗାରୁ ଆରମ୍ଭ ହୋଇଥିଲା ରେଭନ୍ତଙ୍କ ପ୍ରେମ କାହାଣୀ

ତେଲେଙ୍ଗାନା(ବଡ଼ ଖବର ବ୍ୟୁରୋ): ଆପଣ ପ୍ରେମ କାହାଣୀ ତ ଅନେକ ଶୁଣିଥିବେ । ଅନେକ ସଫଳ ହୋଇଛି ଅନେକ ବିଫଳ ବି ହୋଇଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବେଶ ରୋଚକ । ତାଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ ରହିଛି । ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ମୁଖ୍ୟମନ୍ତ୍ରୀଙ୍କର ପ୍ରେମ କାହାଣୀ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । କୁହାଯାଏ ରେଭନ୍ତ ରେଡ୍ଡୀ ଯାହା କୁହନ୍ତି ତାହା କରିକି ରୁହନ୍ତି । ରାଜନୀତି ହେଉ କି ପ୍ରେମ ସେ କେବେ ହାର ମାନି ନାହାନ୍ତି । ତାଙ୍କ ରାଜନୈତିକ କାହାଣୀ ଏବଂ ପ୍ରେମ କାହାଣୀ ୨ଟି ଯାକ ବେଶ ରୋଚକ । ପ୍ରଥମ ଦେଖାରେ ପ୍ରେମରେ ପଡିଥିଲେ ରେଭନ୍ତ ରେଡ୍ଡୀ ।

ଆଉ କଥା ପହଂଚିଥିଲା ଦିଲ୍ଲୀରେ । ଜଣେ ବରିଷ୍ଠ ଭେଟେରାନ ନେତା ଏଥିରେ ହସ୍ତକ୍ଷେପ କରି ଦୁଇ ଜଣଙ୍କର ବିବାହ କରାଇଥିଲେ । କଲେଜ ସମୟରେ ପ୍ରଥମ ନଜରରେ ହିଁ ଗୀତାଙ୍କ ସହିତ ପ୍ରେମରେ ପଡିଥିଲେ ରେଭନ୍ତ । କିନ୍ତୁ ତାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଏକ ନୌକା ବିହାରରୁ । ରେଭନ୍ତ ଆଉ ଗୀତାଙ୍କ ପ୍ରେମ କୌଣସି ଫିଲ୍ମ ଠାରୁ କମ ନୁହେଁ । ଦୁହେଁ ଦିନେ ନାଗାର୍ଜୁନ ସାଗରରେ ଡଙ୍ଗାରେ ଯାତ୍ରା କରୁଥିଲେ । ସେହି ଡଙ୍ଗାରେ ହିଁ ଦୁହିଁଙ୍କର ହୋଇଥିଲା ପ୍ରଥମ ଦେଖାସାକ୍ଷାତ । ଏହାପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ରେଭନ୍ତ-ଗୀତା ଲଭଷ୍ଟୋରୀ ତେଲେଙ୍ଗାନାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।


ଦୁହେଁ ନିଜର ସମ୍ପର୍କକୁ ନେଇ ବେଶ ଖୁସି ଥିଲେ । କିନ୍ତୁ ଯେତେବେଳେ ଗୀତାଙ୍କ ପରିବାର ଏ ବିଷୟରେ ଜାଣିଥିଲେ । ସେମାନେ ଏ ସମ୍ପର୍କକୁ ନେଇ ଆପତ୍ତି ସୃଷ୍ଟି କରିଥିଲେ । କିନ୍ତୁ ଶେଷରେ ଗୀତାଙ୍କ ଜିଦ ଆଗରେ ହାର ମାନିଥିଲେ ତାଙ୍କ ପରିବାର । ପ୍ରେମର ଯୁଦ୍ଧରେ ଜିତି ଯାଇଥିଲେ ରେଭନ୍ତ-ଗୀତା । ଏତିକିରେ ରେଭନ୍ତ-ଗୀତାଙ୍କ ପ୍ରେମ ଯୁଦ୍ଧର ବିରାମ ଲାଗିନଥିଲା ।

ଯେତେବେଳେ ଗୀତାଙ୍କ ବାପା ଜାଣିବାକୁ ପାଇଥିଲେ ଯେ ରେଭନ୍ତ ରାଜନୀତି କରନ୍ତି, ଆନ୍ଦୋଳନରେ ସାମିଲ ହୁଅନ୍ତି । ସେତେବେଳେ ସେ ଗୀତାଙ୍କୁ ତାଙ୍କ ବଡ ଭାଇଙ୍କ ଘର ଦିଲ୍ଲୀ ପଠାଇଦେଇଥିଲେ । ଏହାପରେ ରେଭନ୍ତ ଗୀତାଙ୍କୁ ପାଇବା ପାଇଁ ଜି ଜାନ ଲଗାଇ ଦେଇଥିଲେ । କଂଗ୍ରେସର ବରିଷ୍ଠ ନେତା ଜୟପାଲ ରେଡ୍ଡୀଙ୍କୁ ଭେଟି ତାଙ୍କ ସହାୟତା ମାଗିଥିଲେ । ପରେ ଏଥିରେ ଜୟପାଲ ହସ୍ତକ୍ଷେପ କରିଥିଲେ । ଶେଷରେ ୧୯୯୨ ମେ ୭ରେ ଦୁହିଁଙ୍କ ବିବାହ ହୋଇଥିଲା । ଏବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପରେ ରେଭନ୍ତ ରେଡ୍ଡୀଙ୍କ ଲଭ ଷ୍ଟୋରୀ ବେଶ ଚର୍ଚ୍ଚାରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା