Masthead

ଅକ୍ସିଜେନ ଅଭାବରୁ ୧୯୫ ରୋଗୀଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ଦେଶରେ ଅକ୍ସିଜେନ ଅଭାବରୁ ୧୯୫ ରୋଗୀଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ସମେତ ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣାରେ ୧୯୫ ରୋଗୀଙ୍କର ମୃତ୍ୟୁ ହୋଇଛି । ମେ’ ୧ରେ ବାତ୍ରା ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ସଙ୍କଟ ଯୋଗୁଁ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଏସ୍‌ସିଏଲ୍‌ ଗୁପ୍ତା କହିଥିଲେ। ବାତ୍ରା ହସ୍ପିଟାଲ୍‌ରେ ‌ହୋଇଥିବା ମୃତ୍ୟୁ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦୁଃଖ ପ୍ରକାଶ କରିଥିଲେ। କେଜ୍ରିୱାଲ୍‌ କହିଥିଲେ, ଲୋକମାନଙ୍କୁ ଅକ୍ସିଜେନ୍‌ ଅଭାବରୁ ଏମିତି ଭାବେ ମରୁଥିବା ଆମେ ଦେଖିପାରିବୁ ନାହିଁ।

ଅନ୍ୟପକ୍ଷେ ଗୋଆରେ ମେ’ ୧୧ରୁ ୧୫ ମଧ୍ୟରେ ୮୩ ରୋଗୀଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଛି। ମେ’ ୧୧‌ରେ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରା‌ଣେ କହିଥିଲେ, ‘ ଗୋଆ ମେଡିକାଲ୍‌ କଲେଜ୍‌ରେ ଅକ୍ସିଜେନ୍‌ ଅଭାବ ଯୋଗୁଁ ରାତି ୨ରୁ ସକାଳ ୬ ମଧ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଅକ୍ସିଜେନ୍‌ ଆବଶ୍ୟକତା ପ୍ରାୟ ୧୨୦୦ ସିଲିଣ୍ଡର ଥିଲା ବେଳେ ମାତ୍ର ୪୦୦ ସିଲିଣ୍ଡର୍‌ ମିଳିଥିଲା ବୋଲି ସେ କହିଥିଲେ। ସେହିପରି କର୍ଣ୍ଣାଟକରେ ମେ’ ୨ ଏବଂ ୩ ମଧ୍ୟରେ ୨୪ ରୋଗୀଙ୍କ ଅକ୍ସିଜେନ୍‌ ସ୍ତର କମିଯିବାରୁ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟ ଦ୍ବାରା ଗଠିତ ଏକ କମିଟି ଅନୁଯାୟୀ ରାଜ୍ୟରେ ୩୬ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ‌ହୋଇଛି। ଜିଲ୍ଲାରେ ଅକ୍ସିଜେନ୍‌ ଆଗୁଆ ମହଜୁଦ ନଥିବାରୁ ଏତେ ଅଧିକ ସଂଖ୍ୟାରେ ମୃତ୍ୟୁ ‌ ହୋଇଥିଲା ବୋଲି କମିଟି କହିଥିଲା।

ଏଯାବତ ୨୪ ରୋଗୀଙ୍କୁ କ୍ଷତିପୂରଣ ଦିଆସରିଛି। ଆନ୍ଧ୍ରପ୍ର‌ଦେଶରେ ୪୫ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରାଜ୍ୟ ସରକାର ୨୩ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁକୁ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ସେହିପରି ହରିୟାଣାରେ ମଧ୍ୟ ଅକ୍ସିଜେନ୍‌ ଅଭାବରୁ ଏପ୍ରିଲ ୫ରୁ ମେ’ ୧ ମଧ୍ୟରେ ୧୯ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ସରକାର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି