Masthead

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା, ନିଲମ୍ବିତ ହେଲେ ୭ ସୁରକ୍ଷା କର୍ମଚାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ସୁରକ୍ଷା ତ୍ରୁଟି ଘଟଣାରେ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୭ କର୍ମଚାରୀଙ୍କୁ କରାଯାଇଛି ନିଲମ୍ବନ । ୭ କର୍ମଚାରୀଙ୍କୁ ନିଲମ୍ବନ କଲା ଲୋକସଭା ସେକ୍ରେଟାରିଏଟ । ଅନ୍ୟପଟେ ସଂସଦ ପରିସରରେ ସନ୍ଦିଗ୍ଧ ଯୁବକ ଯୁବତୀଙ୍କ ହଙ୍ଗାମା ଘଟଣାରେ ୫ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ସେପଟେ ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରଟୋକଲ ସଂଶୋଧନ କରାଯିବ ।

ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରୀ ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ। ଗତକାଲି ଲୋକସଭା ଅଧିବେଶନ ଚାଲିଥିବାବେଳେ, ୨ ଜଣ ଯୁବକ ହଠାତ୍ ଲୋକସଭା ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । ଭିଜିଟର ଗ୍ୟାଲେରୀରୁ ଏହି ଦୁଇ ଯୁବକ ଲୋକସଭା ଭିତରକୁ ଡେଇଁଥିଲେ । ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦମାନେ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି