ବଜ୍ରକପ୍ତା ଉଦ୍ଧାର, ଜଣେ ଗିରଫ

ସୋର, ( ବଡ଼ ଖବର ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସୋର ଥାନା ମହୁମୁହାଣ ଅଞ୍ଚଳରୁ ଗୋଟିଏ ବଜ୍ରକପ୍ତା ଉଦ୍ଧାର ହୋଇଛି । ଏହି ମାମଲାରେ ଜଣକୁ ଗିରଫ କରିଛି ବନବିଭାଗ । ସୁଚନା ଅନୁଯାୟୀ ମହୁମୁହାଣା ଅଞ୍ଚଳରେ ପଥର ଖାଦାନ ବ୍ଲାଷ୍ଟିଂ ଯୋଗୁଁ ପାଖରେ ଥିବା ଦେବଗିରି ପାହାଡରୁ ବିଭିନ୍ନ ଜୀବଜନ୍ତୁ ଜନବସତି ଆଡକୁ ପଳେଇ ଆସୁଛନ୍ତି । ତେବେ ୩ ଦିନ ଆଗରୁ ସୁରେନ୍ଦ୍ର ନାୟକଙ୍କ ବାଡିକୁ ଏକ ବଜ୍ରକପ୍ତା ଚାଲିଆସିଥିଲା । ସୁରେନ୍ଦ୍ର ବଜ୍ରକପ୍ତାଟିକୁ ଉଦ୍ଧାର କରି ବେଆଇନ ଭାବେ ଘରେ ରଖିଥିଲେ । ଖବର ପାଇ ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ତପନ କୁମାର ପରିଡାଙ୍କ ତତ୍ତ୍ବାବଧାନରେ ଫରେଷ୍ଟର ବିଜୟ କୁମାର ସାହୁ ଏବଂ ତାଙ୍କ ଟିମ ସୁରେନ୍ଦ୍ରଙ୍କ ଘରେ ଚଢଉ କରି ୧୦ କେଜି ଓଜନର ଏକ ବଜ୍ରକପ୍ତା ଉଦ୍ଧାର କରିବା ସହ ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ