Masthead

ନାବାଳକ ଛାତ୍ରକୁ ଗଳାକାଟି ହତ୍ୟା

ସାଲେପୁର (ବଡ଼ ଖବର ବ୍ୟୁରୋ): ବିଭତ୍ସ, ହୃଦୟବିଦାରକ । ନାବାଳକ ଛାତ୍ରକୁ ଗଳାକାଟି ହତ୍ୟା । ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ। ଏଭଳି ଅମାନୁଷିକ ବିଭତ୍ସ ହତ୍ୟା ହୋଇଛି କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ପୂର୍ବକଛ ଗ୍ରାମରେ । ମୃତକ ହେଲେ ଜ୍ୟୋତି ପ୍ରକାଶ ବେହେରା । ପୂର୍ବକଛ ଥୋରିଆ ସାହିର ଜଗନ୍ନାଥ ବେହେରାଙ୍କ ପୁତ୍ର ଜ୍ୟୋତି ଗତକାଲି ଠାରୁ ନିଖୋଜ ଥିଲେ ।

ଆଜି ସକାଳେ ଗାଁ ଲୋକେ ଧାନ କାଟିବାକୁ ଯାଉଥିବା ସମୟରେ ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଜ୍ୟୋତି ସପ୍ତମ ଶ୍ରେଣୀ ରେ ଛାତ୍ର ଅଟନ୍ତି । ଗତ କାଲିଠାରୁ ଜ୍ୟୋତି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଡକାଇଥିବା ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ