Masthead

ରାମ ମନ୍ଦିର ଓ ନ୍ୟାୟ ସଂହିତା ବିଲ ପ୍ରସଙ୍ଗରେ ଲୋକସଭାରେ ଅମିତ ଶାହଙ୍କ ବିବୃତ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭାରେ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, “ଆମେ କହିଥିଲୁ ଅଯୋଧ୍ୟାରେ ଆମେ ଯଥାଶୀଘ୍ର ରାମ ମନ୍ଦିର ତିଆରି କରିବୁ ଏବଂ ଜାନୁଆରୀ ୨୨ରେ ସେଠାରେ ପ୍ରଭୁ ରାମଙ୍କ ମୂର୍ତ୍ତି ସ୍ଥାପନ କରାବୁ । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ସରକାର ଯାହା କୁହନ୍ତି ତାହା କରନ୍ତି। ଆମେ କହିଥିଲୁ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩% ଆରକ୍ଷଣ ଦେବୁ । କଂଗ୍ରେସ ଦଳ ଅନେକ ଥର ଚିଠି କରିଥିଲା । ‘ଆମେ ସର୍ବାନୁମତି ସହ ଦେଇଦେଲୁ ଦେଶର ମାତୃଶକ୍ତିକୁ ଆମେ ସମ୍ମାନିତ କରିଦେଲୁ’ । ଆମେ କହଥିଲୁ ୩ ତଲାକ ମୁସଲିମ ମା’ ଓ ଭଉଣୀଙ୍କ ଉପରେ ଅନ୍ୟାୟ କରୁଛି, ତାକୁ ଆମେ ସମାପ୍ତ କରିଦେବୁ ଆମେ ଏହି କଥା ମଧ୍ୟ ରଖିଲୁ ।ନ୍ୟାୟ ସଂହିତା ବିଲ ଉପରେ ଚର୍ଚ୍ଚାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ରାଜଦ୍ରୋହ ଇଂରେଜ ନେଇକରି ଆସିଥିଲେ ଏବଂ ଏହି କାରଣରୁ ସ୍ୱାଧୀନତା ସଂଗ୍ରାମୀ ବହୁ ବର୍ଷ ଜେଲରେ ରହିଛନ୍ତି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି, ବ୍ରିଟିଶମାନଙ୍କ ଦ୍ୱାରା ଦେଶଦ୍ରୋହର ଏକ ନିୟମ ଅଛି। ଏହା ଅଧୀନରେ ମହାତ୍ମା ଗାନ୍ଧୀ, ତିଲକ ମହାରାଜ ଏବଂ ସର୍ଦ୍ଦାର ବଲ୍ଲବଭାଇ ପାଟେଲଙ୍କ ସମେତ ଅନେକ ସ୍ୱାଧୀନତା ସଂଗ୍ରାମୀ ବର୍ଷ ବର୍ଷ ଧରି ଜେଲରେ ରହିଥିଲେ।ବିରୋଧ କରୁଥିବା ବେଳେ ସେ ଦେଶଦ୍ରୋହକୁ ବିରୋଧ କରିଥିଲେ, କିନ୍ତୁ କ୍ଷମତାରେ ଥିବାବେଳେ ଏହାର ଅପବ୍ୟବହାର କରିଥିଲେ। ନରେନ୍ଦ୍ର ମୋଦୀ ସରକାର ଏକ ନିଷ୍ପତ୍ତି ନେଇଥିଲେ ଏବଂ ଦେଶଦ୍ରୋହର ଧାରା ୧୨୪ସିକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଦେଇଥିଲେ।ସେ ଆହୁରି ମଧ୍ୟ କହିଛନ୍ତି ଯଦି ଦେଶର ସମ୍ବଳ ସହିତ କେହି ଖେଳନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡ଼ିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼