Masthead

କଟକରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ର ହେଲେ ‘ଇଣ୍ଡିଆ’ ମେଣ୍ଟ

କଟକ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ର ହେଲେ ‘ଇଣ୍ଡିଆ’ ମେଣ୍ଟ । ସାରା ଦେଶରେ କେନ୍ଦ୍ରସରକାରଙ୍କ ଦ୍ବାରା ଭାରତ ବର୍ଷର ଗଣତନ୍ତ୍ରର ହତ୍ୟା କରାଯାଉଥିବା ଅଭିଯୋଗରେ ପ୍ରତିବାଦ ଜୋର ଧରିଛି । କଟକରେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟ ପ୍ରତିବାଦ କରିଛି । କଟକ ନଗର କଂଗ୍ରେସ, ସିପିଏମ, ସିପିଆଇ, ଆମ ଆଦମୀ ପାର୍ଟି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ କଟକ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରରେ ବି.ଜେ.ପି. ସରକାର ୧୪୨ ଜଣ ବିରୋଧୀ ଦଳ ସାଂସଦଙ୍କୁ ଅଗଣତାନ୍ତ୍ରିକ ଭାବେ ସଂସଦରୁ ନିଲମ୍ବନ କରିଛନ୍ତି । ଏହାକୁ ବିରୋଧ କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତୀୟ ଗଣତନ୍ତ୍ର ଉପରେ କେନ୍ଦ୍ରସରକାରଙ୍କ ଏଭଳି ଆକ୍ରମଣକୁ ସମଗ୍ର ବିଶ୍ବରେ ନିନ୍ଦା କରାଯାଉଛି । କେନ୍ଦ୍ର ସରକାରଙ୍କୁ ପ୍ରତିବାଦ କରି କଂଗ୍ରେସ ଦଳ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ କଟକ ଜିଲ୍ଲାପାଳଙ୍କ ଜରିଆରେ ପ୍ରତିନିଧି ମଣ୍ଡଳ ସ୍ମାରକପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋପ ପ୍ରଦର୍ଶନ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ