Masthead

ପ୍ରିୟଙ୍କାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରିୟଙ୍କା ଗାନ୍ଧିଙ୍କୁ ଇଡି ଝଟକା । ହରିୟାଣା ଜମି କିଣା ବିବାଦ ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧିଙ୍କ ନାଁ। ଜଣଙ୍କଠାରୁ ଜମି କିଣି ପରେ ସେହି ବ୍ୟକ୍ତିକୁ ବିକିଥିବା ଅଭିଯୋଗ । ଜଣଙ୍କ ଠାରୁ ଜମି କିଣିବା ପରେ ସେହି ଜମିକୁ ସେହି ବ୍ୟକ୍ତିକୁ ବିକିଥିବାର ଅଭିଯୋଗ ରହିଛି ପ୍ରିୟଙ୍କାଙ୍କ ବିରୋଧରେ । କଂଗ୍ରେସ ପ୍ରତିଷ୍ଠା ଦିବସରେ ଗାନ୍ଧି ପରିବାରକୁ ଇଡି ଝଟକା।  ୨୦୦୬ ମସିହାରେ ପ୍ରିୟଙ୍କା ଗାନ୍ଧୀ ଏଚ.ଏଲ. ପାହୱା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ଏକର ଜମି କିଣିଥିଲେ ।

ସେହି ଜମିକୁ ୨୦୧୦ ମସିହାରେ ସେହି ଏଚ.ଏଲ. ପାହୱାଙ୍କୁ ବିକିଥିଲେ । ହରିଆଣା ଫରିଦାବାଦ ଜିଲ୍ଲାର ଅମିପୁର ଗାଁରେ ଏହି ଜମି କିଣାବିକା ହୋଇଥିଲା । ଏହି ମନି ଲଣ୍ଡରିଂ ମାମଲାରେ ପଳାତକ ସଞ୍ଜୟ ଭଣ୍ଡାରୀ ମଧ୍ୟ ସାମିଲ ଅଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୋଗ ଅନୁସାରେ ରବର୍ଟ ଭଦ୍ରା ଲଣ୍ଡନର ଏକ ସମ୍ପତ୍ତିରେ ସାମିଲ ଅଛନ୍ତି । ଯାହା କି ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ