Masthead

ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା: ଚାଲୁନି ମେଟାଲ ଡିଟେକ୍ଟର, ଖାଲି ପଡ଼ିଛି ୱାଚ୍ ଟାୱାର

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା । ଜାତୀୟ ନିରାପତା ସଂସ୍ଥାର ତାଗିଦକୁ ବେଖାତିର । କାମ କରୁନି ଭକ୍ତଙ୍କ ଯାଂଚ ପାଇଁ ଲାଗୁଥିବା ମେଟାଲ ଡିଟେକ୍ଟର । ଏପଟେ ଅଚଳ ହୋଇ ପଡିଛି ବେଳାଭୂମିରେ ୱାଚ୍ ଟାୱାର । ସେପଟେ ବେଳାଭୂମିରେ ୱାଚ ଟାୱର ଖାଲିପଡ଼ିଥିବା ବେଳେ ଲାଇଭ ଗାର୍ଡ ନଥିବାରୁ ପର୍ଯ୍ୟଟଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଜାତୀୟ ନିରାପତା ସଂସ୍ଥାର ତାଗିଦକୁ ବେଖାତିର । ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା । କାମ କରୁନି ଭକ୍ତଙ୍କ ଯାଂଚ ପାଇଁ ଲାଗୁଥିବା ମେଟାଲ ଡିଟେକ୍ଟର । ଏପଟେ ଅଚଳ ହୋଇ ପଡିଛି ବେଳାଭୂମିରେ ୱାଚ୍ ଟାୱାର । ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ମେଟାଲ ଡିଟେକ୍ଟର ।

ସିଂହଦ୍ୱାର ସେଡରେ ୯ଟି ଧାଡିରେ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଛନ୍ତି । ୯ ଧାଡିରୁ ୬ଟିରେ ମେଟାଲ ଡିଟେକ୍ଟର ଲଗାଯାଇଛି । କିନ୍ତୁ କୌଣସି ବି ଗୋଟିଏ କାମ ଦେଉନି । କେବଳ ପୋଲିସ ହିଁ ଭକ୍ତଙ୍କୁ ଯାଂଚ କରି ଭିତରକୁ ଛାଡୁଛନ୍ତି । ଭିଡ ବେଳେ ବିନା ଯାଂଚରେ ଶ୍ରୀମନ୍ଦିରରେ ପଶୁଛନ୍ତି ହଜାର ହଜାର ଭକ୍ତ । ସେପଟେ ବେଳାଭୂମିରେ ମଧ୍ୟ ଖାଲି ପଡିଛି ୱାଚ୍ ଟାୱାର, ନାହାନ୍ତି ଲାଇଫଗାର୍ଡ । ଲାଇଫଗାର୍ଡ ଅଭାବରୁ ସ୍ରୁଦ୍ରରେ ବୁଡି ପର୍ଯ୍ୟଟକଙ୍କର ଜୀବନ ଯାଉଛି । ପ୍ରଶାସନିକ ଅବହେଳାର ପୋଲ ଖୋଲିଛନ୍ତି ପୁରୀ ବିଚ୍ ଲାଇଫଗାର୍ଡ ମହାସଂଘ ଚିଫ ଆଡଭାଇଜର ସିଦ୍ଧାର୍ଥ ରାୟ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ସଫେଇ ଦେଇଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ପୋଲିସ ଯତ୍ନବାନ ହୋଇ ସବୁ ମେଟାଲ ଡିଟେକ୍ଟର ପୁଣି ଚାଲୁ କରିବ ।

ସମସ୍ତ ଭିତ୍ତିଭୂମି ସଜାଡି ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଏସପି ବିଶାଲ ସିଂ । ସେପଟେ ୱାଚ୍ ଟାୱାରରେ ଘରୋଇ ଲାଇଫଗାର୍ଡ ମୁତୟନ କରିବାକୁ କହିଛନ୍ତି ପ୍ରାଇଭେଟ ଲାଇଫଗାର୍ଡ ମହାସଂଘ ସମ୍ପାଦକ ହାରି ରାଉ । ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ବିକାଶରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ସୁରକ୍ଷାରେ ହେଉଛି ଅବହେଳା । ସମୁଦ୍ର କୂଳରେ ଲାଇଫଗାର୍ଡଙ୍କ ଅଭାବ ନେଉଛି ପର୍ଯ୍ୟଟକଙ୍କ ଜୀବନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ