Masthead

ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା: ଚାଲୁନି ମେଟାଲ ଡିଟେକ୍ଟର, ଖାଲି ପଡ଼ିଛି ୱାଚ୍ ଟାୱାର

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା । ଜାତୀୟ ନିରାପତା ସଂସ୍ଥାର ତାଗିଦକୁ ବେଖାତିର । କାମ କରୁନି ଭକ୍ତଙ୍କ ଯାଂଚ ପାଇଁ ଲାଗୁଥିବା ମେଟାଲ ଡିଟେକ୍ଟର । ଏପଟେ ଅଚଳ ହୋଇ ପଡିଛି ବେଳାଭୂମିରେ ୱାଚ୍ ଟାୱାର । ସେପଟେ ବେଳାଭୂମିରେ ୱାଚ ଟାୱର ଖାଲିପଡ଼ିଥିବା ବେଳେ ଲାଇଭ ଗାର୍ଡ ନଥିବାରୁ ପର୍ଯ୍ୟଟଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଜାତୀୟ ନିରାପତା ସଂସ୍ଥାର ତାଗିଦକୁ ବେଖାତିର । ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା । କାମ କରୁନି ଭକ୍ତଙ୍କ ଯାଂଚ ପାଇଁ ଲାଗୁଥିବା ମେଟାଲ ଡିଟେକ୍ଟର । ଏପଟେ ଅଚଳ ହୋଇ ପଡିଛି ବେଳାଭୂମିରେ ୱାଚ୍ ଟାୱାର । ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ମେଟାଲ ଡିଟେକ୍ଟର ।

ସିଂହଦ୍ୱାର ସେଡରେ ୯ଟି ଧାଡିରେ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଛନ୍ତି । ୯ ଧାଡିରୁ ୬ଟିରେ ମେଟାଲ ଡିଟେକ୍ଟର ଲଗାଯାଇଛି । କିନ୍ତୁ କୌଣସି ବି ଗୋଟିଏ କାମ ଦେଉନି । କେବଳ ପୋଲିସ ହିଁ ଭକ୍ତଙ୍କୁ ଯାଂଚ କରି ଭିତରକୁ ଛାଡୁଛନ୍ତି । ଭିଡ ବେଳେ ବିନା ଯାଂଚରେ ଶ୍ରୀମନ୍ଦିରରେ ପଶୁଛନ୍ତି ହଜାର ହଜାର ଭକ୍ତ । ସେପଟେ ବେଳାଭୂମିରେ ମଧ୍ୟ ଖାଲି ପଡିଛି ୱାଚ୍ ଟାୱାର, ନାହାନ୍ତି ଲାଇଫଗାର୍ଡ । ଲାଇଫଗାର୍ଡ ଅଭାବରୁ ସ୍ରୁଦ୍ରରେ ବୁଡି ପର୍ଯ୍ୟଟକଙ୍କର ଜୀବନ ଯାଉଛି । ପ୍ରଶାସନିକ ଅବହେଳାର ପୋଲ ଖୋଲିଛନ୍ତି ପୁରୀ ବିଚ୍ ଲାଇଫଗାର୍ଡ ମହାସଂଘ ଚିଫ ଆଡଭାଇଜର ସିଦ୍ଧାର୍ଥ ରାୟ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ସଫେଇ ଦେଇଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ପୋଲିସ ଯତ୍ନବାନ ହୋଇ ସବୁ ମେଟାଲ ଡିଟେକ୍ଟର ପୁଣି ଚାଲୁ କରିବ ।

ସମସ୍ତ ଭିତ୍ତିଭୂମି ସଜାଡି ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଏସପି ବିଶାଲ ସିଂ । ସେପଟେ ୱାଚ୍ ଟାୱାରରେ ଘରୋଇ ଲାଇଫଗାର୍ଡ ମୁତୟନ କରିବାକୁ କହିଛନ୍ତି ପ୍ରାଇଭେଟ ଲାଇଫଗାର୍ଡ ମହାସଂଘ ସମ୍ପାଦକ ହାରି ରାଉ । ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ବିକାଶରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ସୁରକ୍ଷାରେ ହେଉଛି ଅବହେଳା । ସମୁଦ୍ର କୂଳରେ ଲାଇଫଗାର୍ଡଙ୍କ ଅଭାବ ନେଉଛି ପର୍ଯ୍ୟଟକଙ୍କ ଜୀବନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ