ଋଷିଆର ବେଲଗୋରୋଡ୍‌ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍‌, ୧୮ ମୃତ

 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ମୁଣ୍ଡ ଟେକିଲା ଋଷ-ୟୁକ୍ରେନ ଯୁଦ୍ଧ । ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌ । ଯାହାର ପାଲଟା ଜବାବ ଦେଇଛି ୟୁକ୍ରେନ । ୟୁକ୍ରେନର ଏୟାରଷ୍ଟ୍ରାଇକରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଋଷିଆର ବେଲଗୋରୋଡ୍‌ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍‌ କରିଛି । ଫଳରେ ଆକ୍ରମଣରେ ୨ ଶିଶୁ ସମେତ ୧୮ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଋଷିଆର ଘନଘନ ଏୟାରଷ୍ଟ୍ରାଇକ ପରେ ୟୁକ୍ରେନ୍‌ର ପ୍ରତିଆକ୍ରମଣ କରିଥିଲା । କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୩୬ଟି ଡ୍ରୋନ୍‌ ଫାୟାର କରିଛି। ଫେବ୍ରୁଆରି ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦିନକ ମଧ୍ୟରେ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ