ତ୍ରିପୁରାରେ ରାଜନୈତିକ ହିଂସା

ତ୍ରିପୁରା (ବଡ଼ ଖବର ବ୍ୟୁରୋ):‘ବିଜେପି’ ଶାସିତ ତ୍ରିପୁରାରେ ଦେଖିବାକୁ ମିଳିଛି ନିର୍ବାଚନୀ ପରର ରାଜନୈତିକ ହିଂସା । ଦୁଇ ଦିନିଆ ଗସ୍ତରେ ତଦନ୍ତ କରିବାକୁ ଆସିଥିବା ସଂସଦୀୟ ଟିମ ଉପରେ ହୋଇଛି ଆକ୍ରମଣ । ଗତକାଲି ସନ୍ଧ୍ୟାରେ ବିସାଲଗଡର ନେହଲଚନ୍ଦ୍ର ନାଗର ବଜାରରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣ ଯୋଗୁଁ ସଂସଦୀୟ ଦଳ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ବୋଲି ସିପିଆଇ (ଏମ୍) ତ୍ରିପୁରା ରାଜ୍ୟ ସଚିବ ତଥା ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଚୌଧୁରୀ କହିଛନ୍ତି।

କଂଗ୍ରେସ ଏବଂ ‘ସିପିଆଇ(ଏମ୍‌)’ ସୂତ୍ରରୁ ଜଣାପଡ଼ିଛି ଯେ, ସେପାହୀଜାଲା ଜିଲ୍ଲା ଅନ୍ତର୍ଗତ ହିଂସା-ପ୍ରପୀଡ଼ିତ ବିଶାଳଗଡ଼କୁ ଯାଇଥିବା ସଂସଦୀୟ ଦଳର ସଦସ୍ୟମାନଙ୍କୁ ଶାସକ ‘ବିଜେପି’ ସମର୍ଥିତ କିଛି ବ୍ୟକ୍ତି ଆକ୍ରମଣ କରିବା ସହିତ ୩ଟି ଗାଡ଼ି ନଷ୍ଟ କରି ଦେଇଛନ୍ତି। ସେହିପରି, ସଂସଦୀୟ ଦଳର ପଶ୍ଚିମ ତ୍ରିପୁରାର ମୋହନପୁର ଗସ୍ତରେ ମଧ୍ୟ ‘ବିଜେପି’ କର୍ମୀମାନେ ବାଧା ଦେଇଥିଲେ।

ଜାରି କରିଥିବା ବିବୃତିରେ ପୁଲିସ କହିଛି ଯେ, ସ୍ଥାନୀୟ ବିଧାୟକମାନଙ୍କ ସହିତ ମିଶି ସାଂସଦମାନେ ଗସ୍ତସୂଚୀଭୁକ୍ତ ନ ହୋଇଥିବା ବିଶାଳଗଡ଼ର ନେହାଲ୍‌ ଚନ୍ଦ୍ର ନଗର ଗସ୍ତ ଯିବା ସମୟରେ ବିରୋଧାତ୍ମକ ସ୍ଲୋଗାନ୍‌ର ସମ୍ମୁଖୀନ ହୋଇଥିଲେ। ସାଥିରେ ଯାଇଥିବା ପୁଲିସ ଏସ୍କର୍ଟ ଟିମ୍‌ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପ୍ରତିନିଧିମାନଙ୍କୁ ନିରାପଦରେ ଉଦ୍ଧାର କରିଥିଲେ। ଘଟଣାରେ କେହି ଆହତ ହୋଇ ନାହାନ୍ତି। ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ