Masthead

୩ ଦିନରେ ୩ଥର ଦଳ ବଦଳାଇ ଜିଲ୍ଲା ଉପସଭାପତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟକ୍ତିଗତ ଫାଇଦା ପାଇଁ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେବା ଏକ ସାଧାରଣ ଘଟଣା ପାଲଟିଛି । ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେବା ଏବେର ଘଟଣା ନୁହେଁ । ୧୯୬୭ ମସିହାରେ ହରିୟାଣାର ପଲ୍ଲବଲ ଜିଲ୍ଲା ହସନପୁର ବିଧାୟକ ଗୟା ଲାଲ ସେ ଗୋଟିଏ ଦିନରେ ୩ ଥର ବଦଳାଇ ଥିଲେ ଦଳ । ପ୍ରଥମେ କଂଗ୍ରେସ ଛାଡ଼ି ଜନତା ପାର୍ଟି କିଛି ଘଣ୍ଟା ମଧ୍ୟରେ ପୁଣି ଫେରିଥିଲେ କଂଗ୍ରେସକୁ । ପୁଣି ମାତ୍ର ୯ ଘଣ୍ଟା ପରେ ଫେରିଥିଲେ ଜନତା ଦଳକୁ । ମନ ସନ୍ତୁଷ୍ଟ ହୋଇନଥିଲା ସେ ପୁଣି ଫେରିଥିଲେ କଂଗ୍ରେସକୁ । ଆଉ ଏବେ ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ଦେବ କୁମାର ଦେ ।

ସେ ଗତ ୫ ଦିନ ଭିତରେ ଯେପରି ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଉଁଛନ୍ତି ତାକୁ ନେଇ ସହଜରେ କିଏ ବିଶ୍ୱାସ କରିପାରୁନାହାନ୍ତି । ଶ୍ରୀରାମପୁର ପଞ୍ଚାୟତ ସରପଞ୍ଚ ତଥା ବାଳିଆପାଳ ବ୍ଲକ ସରପଞ୍ଚ ସଙ୍ଘର ସଭାପତି ହେଉଛନ୍ତି ଦେବ କୁମାର ଦେ । ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଦେବ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଗତ ୨୮ରେ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ । ବଡ଼ ବଡ଼ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦେବ ବିଜେଡି ପାଇଁ କାମ କରିବାକୁ ଘୋଷଣା କରିଥିଲେ ।

କିନ୍ତୁ ୩ ଦିନ ପରେ ତାଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା । ସେ ପୁଣି କଂଗ୍ରେକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରବିବାର କଂଗ୍ରେସରେ ମିଶିଥିବାବେଳେ ବିଜେଡି ଉପରେ ଖୁବ୍ ବର୍ଷିଥିଲେ । ଆଉ ମଙ୍ଗଳବାର ପୁଣି ଦେବ ବିଜେଡିକୁ ଫେରିଛନ୍ତି । ବାଲେଶ୍ୱର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଆଉ ଏବେ ଦେବଙ୍କୁ ମିଳିଲା ବାଲେଶ୍ୱର ବିଜେଡି ଉପସଭାପତି ପଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!