Masthead

ଧାନଗଦା ନିଆଁ ଲାଗିବା ଘଟଣା, ଠାକୁରଙ୍କ ତୁଳସୀ ଛୁଇଁ ନିୟମ କଲେ ଗ୍ରାମବାସୀ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ) ୫ଏକର ଧାନଗଦା ନିଆଁ ଲାଗିବା ଘଟଣା । ଆଇନ କାନୁନ ଛାଡି ସମୂହ ଗ୍ରାମବାସୀ ଠାକୁରଙ୍କ ମନ୍ଦିରରେ କଲେ ଶପଥ ପାଠ । ଗତ ୧ ତାରିଖ ରାତିରେ ପିରାହାଟ ଥାନା ଅଧିନ ବାଲିଦାଣ୍ଡି ଗ୍ରାମରେ ଦେବେନ୍ଦ୍ର ନାୟକଙ୍କ ୫ଏକର ବିଲରେ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଦମକଳ ଏବଂ ଗ୍ରାମବାସୀ ନିଆଁକୁ ଆୟତ କରିବା ବେଳକୁ ଧାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଦେବେନ୍ଦ୍ର ଜଣେ ଚାଷୀ ପରିବାର ହୋଇଥିବାରୁ ସେବାସମବାୟ ଏବଂ ଘରୋଇ ଋଣ ଆଣି ଚାଷ କରିଥିଲେ । ବର୍ଷକର ଅମଳ ନିଆଁରେ ଜଳି ଯାଇଛି।

ଏନେଇ ଦେବେନ୍ଦ୍ରଙ୍କ କହିବା କଥା ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ମୋ ଧାନଗଦାରେ ନିଆଁ ଲଗାଇ ଦେଇଛି । ଏନେଇ ଘଣ୍ଟେଶ୍ୱର ଅଞ୍ଚଳରେ ଠାକୁର ବାବା ମହିମାମଣୀଙ୍କ ପାଖରେ ବାଲିଦାଣ୍ଡି ଗ୍ରାମର ସମସ୍ତ ପରିବାରଙ୍କୁ ମନ୍ଦିରକୁ ଡାକି ରୀତିନୀତି ଅନୁସାରେ ପୂଜାପାଠ କରି ତୁଳସୀ ଧଣ୍ଡା ଛୁଇଁ ଶପଥ କରାଉଥିବା ଦେଖିବାକୁ ମିଳିଛି। ଦେବେନ୍ଦ୍ର ନାୟକ କହିବା କଥା ଆମ ଅଞ୍ଚଳରେ ଯାହାର କିଛି ନ୍ୟାୟ ବିଚାର ହୁଏ ବାବା ମହିମାମଣୀ ତାକୁ ଦଣ୍ଡ ଦେଇଥାନ୍ତି । ଏଠି ଦୋଷୀ ଅତିଶୀଘ୍ର ଦଣ୍ଡ ପାଇଥାଏ। ଅଞ୍ଚଳବାସୀମାନଙ୍କ କହିବା କଥା ଯିଏ ଦୋଷୀ ସେ ବାବା ମହିମାମଣୀଙ୍କ ପାଖରେ ଶପଥ ପାଠ କରାଇ ଗଲାପରେ ଭଗବାନ ନିଶ୍ଚୟ ଦଣ୍ଡ ଦେଇଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା