Masthead

ଏପଟେ ରାମଲାଲାଙ୍କୁ ଜୀବଦାନ, ସେପଟେ ବୃଦ୍ଧାମାଆଙ୍କ ଖୋଲିବ ବଚନ

ରାଞ୍ଚି (ବଡ଼ ଖବର ବ୍ୟୁରୋ): ଆସନ୍ତା ଜାନୁଆରୀ ୨୨ରେ ହେବ ପ୍ରାଣ ପ୍ରତିଷ୍ଠା । ଆଉ ଏପଟେ ପ୍ରାଣ ପ୍ରତିଷ୍ଠା ହେଉ ହେଉ ମୌନବ୍ରତ ଖୋଲିବେ ମହିଳା । ଶ୍ରୀରାମଙ୍କ ପ୍ରତି ଭକ୍ତି, ପ୍ରେମ, ନିଷ୍ଠା । ୮୫ ବର୍ଷିୟ ମହିଳା ସରସ୍ୱତୀ ଦେବୀ । ଝାଡଖଣ୍ଡର ବାସିନ୍ଦା । ୧୯୯୨ରୁ ଧାରଣ କରିଛନ୍ତି ମୌନବ୍ରତ । ବାବ୍ରି ମସଜିଦ ଭଙ୍ଗା ହେବା ଘଟଣା ଦିନଠୁ ସେ ମୌନ ହୋଇ ରହିଛନ୍ତି । ରାମ ମନ୍ଦିର ନିର୍ମାଣ ସରିବା ପରେ ଯାଇ ମୁଁ ପୁଣି କଥା କହିବି ବୋଲି ସେ ରଖିଥିଲେ ସର୍ତ୍ତ ।

ଧାନବାଦର ନିବାସୀ ସରସ୍ୱତୀ ଦେବୀ ଯାହାଙ୍କୁ ତାଙ୍କ କଲୋନୀର ଲୋକେ ମୌନି ମାତା ଭାବେ ଜାଣନ୍ତି । ଧାନବାଦରୁ ସେ ସୋମବାର ରାତିରେ ଅଯୋଧ୍ୟା ଆସିବାକୁ ଟ୍ରେନରେ ବସିଛନ୍ତି । ଗତ ୩୦ ବର୍ଷ ଧରି ସେ ନିଜ କଥା ଲେଖା ନହେଲେ ଇସାରା କରି ବତାଇଛନ୍ତି। ମୌନବତ୍ର ଧାରଣା କରିଥିଲା ବେଳେ ସେ ଠିକ୍ ଦିନ ୧୨ଟା ବେଳେ ଗୋଟିଏ ଘଣ୍ଟା ପାଇଁ ବ୍ରତ ଭାଙ୍ଗୁଥିଲେ । ହେଲେ ୨୦୨୦ ବେଳୁ ସେ କଥା କହି ନାହାଁନ୍ତି । ଜାନୁଆରୀ ୨୨ ତାରିଖ ଦିନ ଉତ୍ସବ ସ୍ଥଳୀରେ ସରସ୍ୱତୀ ଦେବୀ ମୌନବ୍ରତ ଛାଡିବେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼