Masthead

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ଗଠନ ହେଲା ‘ମୋ ସିନେମା’ ଫୋରମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ସିନେମା ବଞ୍ଚାଇବା ପାଇଁ ପ୍ରଯୋଜିକା ସନଲିସା ପଟେଲ ଆରମ୍ଭ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଓଡ଼ିଆ ସିନେମା ବଞ୍ଚାଇବା ପାଇଁ ପ୍ରଯୋଜିକା ସନଲିସା ପଟେଲ ଆରମ୍ଭ କରିଥିବା ଅଭିଯାନ ଚାରିଦିନରେ ପହଞ୍ଚିଛି । ୫ ଦଫା ଦାବି ନେଇ ସନଲିସା ଧାରଣା ଦେଇଥିବା ବେଳେ ପ୍ରତିଦିନ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ବ୍ୟକ୍ତିବିଶେଷ ତାଙ୍କ ସହିତ ସାମିଲ ହୋଇ ତାଙ୍କର ଏହି ଅଭିଯାନକୁ ସମର୍ଥନ ଜଣାଉଛନ୍ତି । ଆସନ୍ତା ମଙ୍ଗଳବାର ୫ ଦଫା ଦାବି ନେଇ ସରକାରଙ୍କ ସହିତ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଚଳଚ୍ଚିତ୍ର ଶିଳ୍ପର ସମସ୍ତ ବିଭାଗୀୟ ସଦସ୍ୟଙ୍କୁ ନେଇ ଗଠନ ହୋଇଛି ‘ମୋ ସିନେମା’ ଫୋରମ ।
ଏହି ଫୋରମ ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଅଗ୍ରଗତି ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଜଣାପଡ଼ିଛି । କଳାକାର, ପ୍ରଯୋଜକ, ନିଦେ୍ର୍ଦଶକ, କ୍ୟାମେରାମ୍ୟାନ, ସଙ୍ଗୀତ ନିଦେ୍ଦଶକ, ସଂଳାପକାରଙ୍କ ସହିତ ବିଭିନ୍ନ ବିଭାଗ କର୍ମକର୍ତ୍ତା ଯୋଗଦେଇ ‘ମୋ ସିନେମା’ ଗଠନ କରିଛନ୍ତି ।

ରବିବାର ଏକାଧିକ ସଦସ୍ୟ ଏକାଠି ହୋଇ ମଙ୍ଗଳବାର ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନେତୃତ୍ୱରେ ହେବାକୁ ଥିବା ଆଲୋଚନାରେ କ’ଣ କ’ଣ ପ୍ରସଙ୍ଗ ଉତ୍ଥାପନ ହେବ ଓ କେଉଁମାନେ ଭାଗନେବେ ସେନେଇ ଆଲୋଚନା କରାଯାଇଛି । ବୈଠକରେ ନିଦେ୍ର୍ଦଶକ ସବ୍ୟସଚୀ ମହାପାତ୍ର, ଅବତାର ସିଂ, ଦିଲ୍ଲୀପ ପଣ୍ଡା, ବବି ଇସଲାମ, ତାପସ ସରଘରିଆ, ଗିରୀଶ ମହାନ୍ତି, ଅଭିନେତ୍ରୀ ମହେଶ୍ୱେତା ରାୟ, ଅପରାଜିତା ମହାନ୍ତି, ପ୍ରଭାତ ପଣ୍ଡା , ପିଙ୍କି ପ୍ରଧାନ, ବୁଦ୍ଧାଦିତ୍ୟ ମହାନ୍ତି , ସୋହମ ସିଂ, ଅଖିଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବରିଷ୍ଠ ଅଭିନେତ୍ରୀ ମହେଶ୍ୱେତା ରାୟଙ୍କୁ ‘ମୋ ସିନେମା’ ଫୋରମର ମୁଖପାତ୍ର ଭାବେ ଦାୟିତ୍ୱ ପ୍ରଦାନ କରାଯଇାଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି