Masthead

ରୋହିତ ବାହିନୀଙ୍କ ସିରିଜ ବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ଆଫଗାନ ବିପକ୍ଷ ଟି-20 ସିରିଜ କବ୍ଜାକଲା ଭାରତ । ଆଫଗାନିସ୍ତା ବିପକ୍ଷ ଦ୍ବିତୀୟ ମ୍ୟାଚକୁ ୬ ୱିକେଟ୍‌ରେ ନିଜ ନାଁରେ କରିଛି ରୋହିତ ବାହିନୀ ଏହାସହ ସିରିଜକୁ ନିଜ ନାଁରେ କରିଛି ଭାରତ। ଶିବମ ଦୁବେଙ୍କ ଅଲ୍‌ରାଣ୍ଡର ପ୍ରଦର୍ଶନ ଓ ଜୟସୱାଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଜିତିଛି ଭରତ। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଆଫକାନିସ୍ତାନ ସମସ୍ତ ୱିକେଟ୍‌ ହରାଇ ୧୭୩ ରନ୍‌ର ଟାର୍ଗେଟ ଦେଇଥିଲା।

୧୭୩ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ଜୟସୱାଲ୍‌।ଖାତା ଖୋଲିବା ପୂର୍ବରୁ ରୋହିତ ଆଉଟ୍‌ ହେଲାପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ଜୟସୱାଲ୍‌ଙ୍କ ସହ ମିଶି ସେ କିଛି ସମୟ ପାଇଁ ପାଳିକୁ ସମ୍ଭାଳି ଥିଲେ। ଜୟସୱାଲ୍‌ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ୧୬ ବଲ୍‌ରେ ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ କୋହଲି। ତା’ପରେ ଆସିଥିଲେ ଶିବମ ଦୁବେ। ଉଭୟ ମିଶି ପାଳି ସମ୍ଭାଳିବା ସହିତ ଭାରତକୁ ବିଜୟ ଅଭିମୁଖେ ନେଇଥିଲେ। ଏଥିସହ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସ କରିଥିଲେ। ତେବେ ଦଳୀୟ ସ୍କୋର ୧୫୩ ରନ୍‌ ଥିବା ବେଳେ ବିସ୍ଫୋରକ ଜୟସୱାଲ୍‌ ଆଉଟ୍‌ ହୋଇଥିଲେ। ସେ ୩୪ ବଲ୍‌ରେ ୬୮ ରନ୍‌ କରିଛନ୍ତି।

ଶେଷରେ ରିଙ୍କୁ ସିଂହଙ୍କ ଚୌକା ଭାରତକୁ ବିଜୟ ଭେଟି ଦେଇଥିଲେ। ବିଜୟୀ ବେଳକୁ ଶିବମ ଦୁବେ ୬୩ ଓ ରିଙ୍କୁ ସିଂହ ୯ ରନ୍‌ କରି ଅପରାଜିତ ରହିଥିଲେ। ଏହି ବିଜୟ ସହ ଭାରତ ୩ଟିକିଆ T-20 ସିରିଜକୁ ଆଗୁଆ ୨-୦ରେ କବ୍‌ଜା କରିନେଇଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି, ରବୀ ବିଷ୍ଣୋୟି, ଅକ୍ସର ପଟେଲ ୨ଟି ଲେଖାଏଁ ଓ ଶିବମ ଦୁବେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ