Masthead

ଦାରିଦ୍ର୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି, କିନ୍ତୁ ଆମେ କାମରେ କରିଛୁ: ପ୍ରଧାନମନ୍ତ୍ରୀ

କେରଳ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଥିବାବେଳ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି । କିନ୍ତୁ ଆମେ କାମ କରିଛୁ। ଆମ କାର୍ଯ୍ୟର ପ୍ରଭାବ ଦେଶରେ ଦୃଶ୍ୟମାନ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ ବିଜେପି ସରକାରଙ୍କ ନୀତିର ପ୍ରଭାବ ଦୃଶ୍ୟମାନ ହେଉଛି। ୯ବର୍ଷ ମଧ୍ୟରେ ୨୫କୋଟି ଲୋକ ଦାରିଦ୍ର‌୍ୟରୁ ବାହାରି ଆସିଛନ୍ତି।

ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ଦାରିଦ୍ର‌୍ୟ ଦୂରୀକରଣ ସ୍ଲୋଗାନ ଦେଇଥିଲେ । କିନ୍ତୁ ଆମ ସରକାରରେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିବା ଏକ ବଡ଼ କଥା। ଖାଲି ସେତିକି ନୁହେଁ ସେ କହିଛନ୍ତି ଯେ ଆମର ବୁଝାମଣା ହେବା ଉଚିତ ଯେ ଆମେ ପ୍ରତ୍ୟେକ ବୁଥରେ ଜିତିବୁ। ଯଦି ଆମେ ପ୍ରତ୍ୟେକ ବୁଥ ଜିତି ପାରିବା ତେବେ ଆମେ କେରଳରେ ନିର୍ବାଚନ ଜିତିପାରିବା । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ପ୍ରତ୍ୟେକ ଭୋଟରଙ୍କ ପ୍ରତି ଧ୍ୟାନ ଦେବାକୁ ପଡିବ।

ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେରଳରେ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (ଏଲଡିଏଫ) ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ) ର ଟ୍ରାକ ରେକର୍ଡ ଦୁର୍ନୀତିର ଇତିହାସ ସହିତ ସମାନ। ଆମକୁ ଏହା ଲୋକଙ୍କୁ ଜଣାଇବାକୁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ