Masthead

ଇଣ୍ଡିଆ ମେଣ୍ଟକୁ ମମତା ଝଟକା

କୋଲକାତା (ବଡ଼ ଖବର ବ୍ୟୁରୋ): ଇଣ୍ଡିଆ ମେଣ୍ଟକୁ ମମତା ଝଟକା। ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଝଟକା। ବଡ଼ ଝଟକା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ଟିଏମ୍‌ସି ଏକାକୀ ଲଢ଼ିବ କହିଲେ ଦିଦି। କୌଣସି ସହଯୋଗୀ ଦଳ ସହ ଆସନ ବୁଝାମଣା ହେବନାହିଁ।

ମମତା ବାନାର୍ଜୀ କହିଛନ୍ତି ଯେ, ‘ମୁଁ ଯାହା ପରାମର୍ଶ ଦେଲି, ତାକୁ ସମସ୍ତେ ପ୍ରତ୍ୟାଖାନ କଲେ। ତେଣୁ ଆମେ ଏକା ଲଢ଼ିବାକୁ ସ୍ଥିର କରିଛୁ। ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ସହ କାହାର ମେଣ୍ଟ ନାହିଁ।’ କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ଲଢ଼ିବୁ। ଦେଶରେ କ’ଣ ଚାଲିଛି, ତାକୁ ନେଇ ମୁଁ ଚିନ୍ତିତ ନୁହେଁ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସହ ମମତାଙ୍କ ମତଭେଦର ଗୋଟିଏ ଦିନ ପରେ ମମତା ଏପରି ଘୋଷଣା କରିଛନ୍ତି। ଅଧିର, ମମତାଙ୍କୁ ଅବସରବାଦୀ ବୋଲି କହି ସମାଲୋଚନା କରିଥିଲେ। ଯାହାପରେ ମମତା ପଶ୍ଚିମବଙ୍ଗର ୪୨ ସିଟ୍‌ରେ ଟିଏମସି ଏକା ଲଢିବା ନେଇ ଘୋଷଣା କରିଥିଲେ। ଦୁଇ ନେତାଙ୍କ କଥା କଟାକଟି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟସ୍ଥି କରିଥିଲେ। ଯେଉଁଥିରେ ସେ ଆସନ ବୁଝାମଣାରେ ଅଧିରଙ୍କ କଥା ଗୁରୁତ୍ୱ ରଖେନି ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା