Masthead

ନିରାକାରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କୋକସରା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗୋତମୁଣ୍ଡା ଗାଁର ୩୫ ବର୍ଷୀୟ ନିରାକାର ପ୍ରଧାନୀ । ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହୋଇ ଗଭୀର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ । ପାଖରେ ଅର୍ଥ ନ ଥିବାରୁ ହୋଇପାରୁନି ଚିକିତ୍ସା । ଦୀର୍ଘ ୭ମାସ ହେବ ଶଯ୍ୟାଶାୟୀ ହୋଇଛନ୍ତି ନିରାକାର । ପ୍ରାଇଭେଟ୍ କମ୍ପାନୀରେ କାମ କରି ଯାହା ରୋଜଗାର କରିଥିଲେ ଡାକ୍ତର ଦେଖାରେ ସବୁ ଗଲାଣି । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ନିରାକାରଙ୍କ ପତ୍ନୀ ଲକ୍ଷ୍ମୀଙ୍କ ଉପରେ ଏବେ ପରିବାରର ବୋଝ ।

ଦୁଇପୁଅଙ୍କୁ ମଣିଷ କରିବା ଲାଗି ସୁନେଲି ସ୍ୱପ୍ନ ଦେଖିଥିବା ଲକ୍ଷ୍ମୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ପିଲାଙ୍କ ପାଠପଢ଼ା ସହ ସ୍ୱାମୀଙ୍କ ଚିକିତ୍ସା କରାଇବା ଲକ୍ଷ୍ମୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡ଼ିଛି । ଗରିବ ଓ ରୋଗଗ୍ରସ୍ତ ଲୋକଙ୍କ ଲାଗି ସରକାର ବିଭିନ୍ନ ଯୋଜନା ଘୋଷଣା କରିଥିଲେ ସୁଦ୍ଧା ଏଥିରୁ ବଞ୍ଚିତ ହୋଇଛନ୍ତି ନିରାକାର । ଗରିବ ହୋଇଥିଲେ ସୁଦ୍ଧା ରାସନକାର୍ଡ ଖଣ୍ଡେ ମିଳିନାହିଁ । ସେପଟେ ଆବାସ ଯୋଜନା ତାଙ୍କ ଲାଗି ସାତସପନ ପାଲଟି ଯାଇଛି । ତେବେ ନିରାକାରଙ୍କୁ ସରକାରୀ ସହାୟତା ମିଳିଲେ ସେ ଭଲ ହୋଇଯାଆନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ଲକ୍ଷ୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା