Masthead

ଭାଙ୍ଗିବ ଆରଜେଡି-ଜେଡିୟୁ ମହାଗଠବନ୍ଧନ ସରକାର, ଇସ୍ତଫା ଦେଇ ନୂଆ ସରକାର ଗଢ଼ିବେ ନୀତୀଶ!

ବିହାର(ବଡ଼ ଖବର ବ୍ୟୁରୋ): ବିହାର ରାଜନୀତିରେ ହଟଚମଟ ସ୍ଥିତି । ରାଜ୍ୟରେ ଟଳମଳ ଆରଜେଡି-ଜେଡିୟୁ ମହାଗଠବନ୍ଧନ ସରକାର । ଆଜି ହୋଇପାରେ ବଡ ପରିବର୍ତ୍ତନ । ସବୁ ଚର୍ଚ୍ଚା ଓ କଳ୍ପନା ଜଳ୍ପନାରେ ପଡିପାରେ ପୂର୍ଣ୍ଣଚ୍ଛେଦ । ଆରଜେଡି ସହ ସମସ୍ତ ସମ୍ପର୍କ ତୁଟାଇ ଏନଡିଏକୁ ୟୁଟର୍ଣ୍ଣ କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସକାଳ ୯ଟାରେ ବିଜେପି ବିଧାୟକ ମାନଙ୍କ ବୈଠକ ଡକାଯାଇଛି ।ସକାଳ ୧୦ଟାରେ ଜେଡିୟୁ ବିଧାୟକ ମାନଙ୍କ ବୈଠକ ବସିବ ।

ଏହାପରେ ଦିନ ୧୨ଟାରେ ନୀତୀଶ, ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ ବୋଲି ସୂଚନା ରହିଛି । ତା’ସହ ଏନଡିଏ ବିଧାୟକ ମାନଙ୍କ ସମର୍ଥନ ଥିବା ଚିଠି ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିବେ । ଆଜି ରବିବାର ସତ୍ତ୍ୱେ ବିହାର ସଚିବାଳୟରେ ଛୁଟି ରଦ୍ଦ କରାଯାଇଛି ।ସେପଟେ ଭବିଷ୍ୟତ କାର୍ୟ୍ୟପନ୍ଥା ନେଇ ଆରଜେଡି ଓ କଂଗ୍ରେସରେ ମହାମନ୍ଥନ ଚାଲିଛି । ଲୋକଜନଶକ୍ତି ପାର୍ଟି ସଭାପତି ଚିରାଗ ପାଶୱାନ୍ ଗତକାଲି ନୂଆଦିଲ୍ଲୀ ଯାଇ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଚିରାଗ ପାଶୱାନ୍ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ଜେ.ପି.ନଡ୍ଡା ସେଠାରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ