Before Header

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର

0 523

ବିହାର (ବଡ଼ ଖବର ବ୍ୟୁରୋ): ବିହାର ରାଜନୀତିରେ ହଇଚଇ । ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ମିଶିପାରନ୍ତି ନୀତୀଶ । ଦ୍ରୁତ ଗତିରେ ବଦଳୁଥିବା ବିହାର ରାଜନନୈତିକ ସମିକରଣ ମଧ୍ୟରେ ଆସନ୍ତାକାଲି ଅର୍ଥାତ୍‌ ରବିବାର ଅପରାହ୍ନ ୩ ଟାରେ ବିଜେପି- ଜେଡିୟୁର ନୂତନ ମିଳିତ ସରକାର ଶପଥ ଗ୍ରହଣ କରିବେ। ସୂଚନାଅନୁଯାୟୀ ବିଜେପି-ଜେଡିୟୁ ମଧ୍ୟରେ ଚୁକ୍ତିନାମାର ସମୀକରଣ ଚୂଡାନ୍ତ ହୋଇଛି।

ଏହି ଅନୁଯାୟୀ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ରହିବେ ଓ ବିଜେପି ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ। ଏହା ବ୍ୟତୀତ ବାଚସ୍ପତି ମଧ୍ୟ ବିଜେପିରୁ ଆସିବେ। ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ସନ୍ଧ୍ୟା ୭ ଟାରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦାଖଲ କରିପାରନ୍ତି ।

Leave A Reply

Your email address will not be published.