ଆଜି ସଂସଦରେ ଆସିବ ବଜେଟ, ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂସଦରେ ଆଗତ ହେବ ବଜେଟ । ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଆଗକୁ ନିର୍ବାଚନ ଆସୁଥିବାରୁ କାମଚଳା ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଏ ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକରା। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦାମ କମାଇବା ସହ ଆୟକରରେ ରିହାତି ଦେବାର ଆଶା କରାଯାଉଛି।

କୃଷି କ୍ଷେତ୍ରକୁ ବଜେଟ୍‌ରେ ପ୍ରାଧାନ୍ୟ ମିଳିବା ସମ୍ଭାବନା । ୭% ହାରରେ ଅଭିବୃଦ୍ଧି ଜାରି ରଖିବାକୁ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ସହ ଏମଏସଏମଇ ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛି ପଦକ୍ଷେପ ନିଆଯାଇପାରେ। ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆୟକର ସ୍ଲାବ ଉପରେ ନଜର । ରେଲୱେ ଉପରେ ରେକର୍ଡ ବ୍ୟୟବରାଦ ନେଇ ସମସ୍ତେ ଆଶାବାଦୀ । ଆଜି ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ