ଶାଗ, ମାଛ ଦରରେ ବିକି ଦେଲେ ସିଟି-ବସ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୋ ସାଇକେଲ ପରେ ଏବେ ମୋ ବସ୍ । ସାଗ ମାଛ ଦରରେ ନେଇଗଲେ ମୋ ବସ୍ । କବାଡ଼ିଆ ନେଲେ ସିଟି ବସ୍ । ମୋ ସାଇକେଲ କବାଡିଆଖାନାରେ ବିକ୍ରି ହେବା ଘଟଣା ଥମି ନଥିବା ବେଳେ ଏବେ ସିଟି ବସକୁ ବିକ୍ରି କରିଦେଇଛନ୍ତି ରାଜ୍ୟ ସରକାର । ୧୨୧ଟି ସିଟି ବସକୁ କୋଲକାତାର ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରିଦିଆଯାଇଛି । ୨୦୧୦ରେ ପ୍ରାୟ ୨୨ କୋଟି ଟଙ୍କା ବିନିମୟରେ ଏହି ବସ୍ କିଣାଯାଇଥିଲା । ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ ଘରୋଇ ସଂସ୍ଥା ଡ୍ରିମ ଟିମ ସାହା ସହ ୭ ବର୍ଷିଆ ଚୁକ୍ତି କରିଥିଲା । ଆଉ ୭ ବର୍ଷ ଚାଲିବା ପରେ ଗାଡି ଗୁଡିକ ଆଉ ଗଡି ନଥିଲା ।

ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆକୁ ଶାଗମାଛ ଦରରେ ୧୨୧ଟି ବସକୁ ବିକ୍ରି କରିଦେଇଥିଲେ । ଜବାହାରଲାଲ ନେହରୁ ଜାତୀୟ ସହରାଂଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ବସ୍ କିଣାଯାଇଥିଲା । ଗାଡି ଗୁଡିକୁ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତ୍ତୃପକ୍ଷ । ରାଜ୍ୟ ସରକାର ମୋ ବସକୁ ନେଇ ବାହା ବାହା ନେଉଥିବା ବେଳେ, ମୋ ବସର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାତାୟତ ପାଇଁ ଯାତ୍ରୀ ଘଣ୍ଟା ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ବେଳେ, ମୋ ବସ କିନ୍ତୁ ଡିପୋରେ ଖତ ଖାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’