Masthead

ଶାଗ, ମାଛ ଦରରେ ବିକି ଦେଲେ ସିଟି-ବସ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୋ ସାଇକେଲ ପରେ ଏବେ ମୋ ବସ୍ । ସାଗ ମାଛ ଦରରେ ନେଇଗଲେ ମୋ ବସ୍ । କବାଡ଼ିଆ ନେଲେ ସିଟି ବସ୍ । ମୋ ସାଇକେଲ କବାଡିଆଖାନାରେ ବିକ୍ରି ହେବା ଘଟଣା ଥମି ନଥିବା ବେଳେ ଏବେ ସିଟି ବସକୁ ବିକ୍ରି କରିଦେଇଛନ୍ତି ରାଜ୍ୟ ସରକାର । ୧୨୧ଟି ସିଟି ବସକୁ କୋଲକାତାର ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରିଦିଆଯାଇଛି । ୨୦୧୦ରେ ପ୍ରାୟ ୨୨ କୋଟି ଟଙ୍କା ବିନିମୟରେ ଏହି ବସ୍ କିଣାଯାଇଥିଲା । ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ ଘରୋଇ ସଂସ୍ଥା ଡ୍ରିମ ଟିମ ସାହା ସହ ୭ ବର୍ଷିଆ ଚୁକ୍ତି କରିଥିଲା । ଆଉ ୭ ବର୍ଷ ଚାଲିବା ପରେ ଗାଡି ଗୁଡିକ ଆଉ ଗଡି ନଥିଲା ।

ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆକୁ ଶାଗମାଛ ଦରରେ ୧୨୧ଟି ବସକୁ ବିକ୍ରି କରିଦେଇଥିଲେ । ଜବାହାରଲାଲ ନେହରୁ ଜାତୀୟ ସହରାଂଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ବସ୍ କିଣାଯାଇଥିଲା । ଗାଡି ଗୁଡିକୁ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତ୍ତୃପକ୍ଷ । ରାଜ୍ୟ ସରକାର ମୋ ବସକୁ ନେଇ ବାହା ବାହା ନେଉଥିବା ବେଳେ, ମୋ ବସର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାତାୟତ ପାଇଁ ଯାତ୍ରୀ ଘଣ୍ଟା ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ବେଳେ, ମୋ ବସ କିନ୍ତୁ ଡିପୋରେ ଖତ ଖାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ