Masthead

ଚିକିତ୍ସା ଅବହେଳରୁ ଛାତ୍ରୀ ମୃତ, ୫ ଗୁରୁତର

ବାରିପଦା (ବଡ଼ ଖବର ବ୍ୟୁରୋ): ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଅନ୍ୟପଟେ ଖାଦ୍ୟ ଖାଇ ୫ଛାତ୍ରୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଘଟଣା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନ ପନ୍ଧଡା ହରିଶ୍ଚନ୍ଦ୍ର ବିଦ୍ୟାମନ୍ଦିର ସରକାରୀ ସ୍କୁଲ ରେ। ସ୍କୁଲର ହଷ୍ଟେଲରେ ରହୁଥିବା ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କ ଦେହ ଖରାପ ପୂର୍ବରୁ ହେଇଥିବା ବେଳେ ହଷ୍ଟେଲ ଦାୟିତ୍ଵରେ ଥିବା ମେଟ୍ରନ ଛାତ୍ରୀଙ୍କୁ ଡାକ୍ତର ପାଖକୁ ନ ନେଇ ନିଜେ ଔଷଧ ଦେଇ ଚିକିତ୍ସା କରୁଥିବା ବେଳେ ଛାତ୍ରୀର ମୃତ୍ୟୁ ହେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ଙ୍କ ବାପା ଓ ମାଆ ।

ଅନ୍ୟପଟେ ବିଦ୍ୟାଳୟର ୪ ଛାତ୍ରୀ ଖାଦ୍ୟ ଖାଇ ସାରିବା ପରେ ଗୁରୁତର ହୋଇ ପଡି ଥିବାରୁ ଛାତ୍ରୀମାନଙ୍କୁ ବାରିପଦା ସ୍ଥିତ ମୁଖ୍ୟ ଚିକିସ୍ଥାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଭାଗ ନେଇ ସାରିବା ପରେ ଖାଦ୍ୟ ଖାଇ ଥିଲେ । ଠିକ୍ ତା ପରେ ହଠାତ୍ ଅସୁସ୍ଥ ହେଇ ପଡିଥିଲେ ବୋଲି କହିଛନ୍ତି ସେହି ବିଦ୍ୟାଳୟର ଛାତ୍ରୀ। ଖବର ପାଇ ଜିଲ୍ଲାପାଳ ଡାକ୍ତରଖାନା ଯାଇ ଅସୁସ୍ଥ ଛାତ୍ରୀଙ୍କୁ ଭେଟି ଥିଲେ। ତାଙ୍କର ଉନ୍ନତ ଚିକିତ୍ସା କିପରି ହୋଇ ପାରିବ ସେ ବିଷୟରେ ମେଡିକାଲ ଟିମ୍ ସହିତ ଆଲେଚନା କରିବା ସହିତ ଏହି ଘଟଣାର ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର