Masthead

ଜେଲ ଭିତରେ ଥାଇ ଯାଦୁ କଲେ ଇମ୍ରାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲ୍‌ରେ ଥାଇ ବି ପାକିସ୍ତାନ ନିର୍ବାଚନରେ ଚାଲିଲା ଇମ୍ରାନଙ୍କ ଯାଦୁ । ପାକିସ୍ତାନରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ? ତାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଏବଂ ସସପେନ୍ସ ଭିତରେ ଜାରି ରହିଛି ଭୋଟ୍ ଗଣତି। ତା ପୂର୍ବରୁ ଉଭୟ ନୱାଜ ସରିଫ୍ ଓ ଇମ୍ରାନ୍ ଖାନ୍ ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଭୋଟ୍ ଗଣତିରେ ଆଗରେ ରହିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍। ଜେଲ୍ ଭିତରୁ ନିର୍ବାଚନ ଭାର ସମ୍ଭାଳିଥିବା ଇମ୍ରାନ୍ ଖାନ୍‌ଙ୍କ ପିଟିଆଇ ସମର୍ଥିତ ସାଂସଦ ନୱାଜ ସରିଫଙ୍କୁ ପଛରେ ପକାଇଛନ୍ତି। ନେତା ମୈଦାନରେ ନାହାନ୍ତି । କିନ୍ତୁ ତାଙ୍କ ସମର୍ଥକ ନିର୍ବାଚନ ଲଢୁଛନ୍ତି ।

ଜେଲରେ ଥାଇ ଜନତା ଓ ସମର୍ଥକଙ୍କୁ ଏମିତି ପ୍ରଭାବିତ କରିପାରିଛନ୍ତି ଯେ ଭୋଟ୍ ଗଣିତରେ ତାଙ୍କୁ ହୁଏତ ସଫଳତା ମିଳିବାକୁ ଯାଉଛି । ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦଳ ନିଷିଦ୍ଧ ହୋଇସାରିଛି । ନେତା ଜେଲରେ ଅଛନ୍ତି । କିନ୍ତୁ ହାରି ନାହାନ୍ତି ଇମ୍ରାନ୍ । ପାକିସ୍ତାନ ତେହେରିକ୍ ଏ ଇନସାଫ ବା ପିଟିଆଇ ଦଳକୁ ନିର୍ବାଚନ କମିଶନ ନିଷିଦ୍ଧ କରି ଦେଇଛି ସତ କିନ୍ତୁ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ମୈଦାନରେ ଲଢୁଛନ୍ତି ଇମ୍ରାନଙ୍କୁ ସମର୍ଥନ କରୁଥିବା ପ୍ରାର୍ଥୀ । ନିର୍ବାଚନ ଫଳାଫଳ ଯେଉଁ ସଂଖ୍ୟା ଆସୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ବିଲାୱଲ ଭୁଟୋଙ୍କ ଦଳ ପିପିପି ଦୌଡରେ ସଭା ପଛରେ ପଡିଥିବା ବେଳେ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ଦଳ ମଧ୍ୟ ଇମ୍ରାନ ଖାନଙ୍କ ପ୍ରାର୍ଥୀଠାରୁ ପଛରେ ପଡିଛନ୍ତି । ହେଲେ ପ୍ରାରମ୍ଭିକ ଟ୍ରେଣ୍ଡର ସଂଖ୍ୟା ଗଣିତକୁ ଅଣଦେଖା କରି ନୱାଜ ସରିଫ ଦାବି କରିଛନ୍ତି, ତାଙ୍କ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଶେଷ ଖବର ସୁଦ୍ଧା ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନର ରିପୋର୍ଟ ଅନୁଯାୟୀ, ପିଟିଆଇ ସମର୍ଥିତ ପ୍ରାର୍ଥୀ ୬୧ଟି ଆସନରେ ଆଗୁଆ ଥିବା ବେଳେ ନୱାଜ ସରିଫଙ୍କ ଦଳ ୪୬ ଆସନରେ ଏବଂ ଭୁଟ୍ଟୋଙ୍କ ଦଳ ୩୮ଟି ଆସନରେ ଆଗରେ ରହିଛି ।

ସେପଟେ ନୱାଜ ସରିଫ କହିଛନ୍ତି ଯେ ତାଙ୍କ ଦଳ ଦେଶରେ ସରକାର ଗଠନ କରିବାକୁ ଯାଉଛି। ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଥରେ ନୁହେଁ ବରଂ ଅନେକ ଥର କହି ସାରିଛି। ମୁଁ ଆପଣଙ୍କ ଆଖିରେ ଏକ ଚମକ ଏବଂ ଖୁସି ଦେଖୁଛି। ଆମେ ଶାହୱାଜ ସରିଫଙ୍କୁ ସବୁ ଦଳ ସହ ମିଶି ସରକାର ଗଠନ ଦିଗରେ କାର୍ୟ୍ୟ କରିବାକୁ କହିଛୁ। ଅସୁବିଧାରୁ ବାହାରିବା ପାଇଁ ଦେଶକୁ ୧୦ ବର୍ଷର ରାଜନୈତିକ ସ୍ଥିରତା ଆବଶ୍ୟକ। ବର୍ତ୍ତମାନ ସମୟରେ ପାକିସ୍ତାନ କୌଣସି ପ୍ରକାର ଯୁଦ୍ଧ କରିପାରିବ ନାହିଁ କିମ୍ବା ଯୁଦ୍ଧ ହେଲେ ଏଥିପାଇଁ ହେଉଥିବା ଖର୍ଚ୍ଚ ବହନ କରିପାରିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ