Masthead

ପାନୀୟ ଜଳ ବ୍ୟବସ୍ଥାରେ ଚତୁରତାର ସହ ଟେଣ୍ଡର କରିଛନ୍ତି ରାଜ୍ୟ ସରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟରେ ଯୁବ ଉଦ୍ୟୋଗି ରାଜ୍ୟ ସରକାର ସମସ୍ତ କାର୍ଯ୍ୟ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛି । କିନ୍ତୁ ଟେଣ୍ଡର ଏମିତି କରାଯାଉଛି ଯେମିତି ଯୁବ ଉଦ୍ୟୋଗି ଟେଣ୍ଡର ପାଇପାରିବେ ନାହିଁ ବୋଲି ସାମ୍ବାଦିକ ସମିଳନୀରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ । ଗ୍ରାମାଞ୍ଚଳ ବିଭିନ୍ନ ପାନୀୟ ଜଳ ବ୍ୟବସ୍ଥାରେ ଚତୁରତାର ସହ ଟେଣ୍ଡର କରିଛନ୍ତି ରାଜ୍ୟ ସରକାର । ଗାଁମାନଙ୍କରେ ପାଣି ଟାଙ୍କି କରାଯାଇଛି । କିନ୍ତୁ ପାଣିଟାଙ୍କି ଭିତରେ ପାଣି ପଶିବା ଏବଂ ବାହାରିବ ବ୍ୟବସ୍ଥା ହୋଇନାହିଁ ।

ରାଜ୍ୟର ଗ୍ରାମାଞ୍ଚଳରେ ହେଉଥିବା ପାନୀୟ ଜଳ ଟେଣ୍ଡରରେ କେତେ କାମ ସାରିଛି, କେତେ କାମ ବାକି ରହିଛି ଏବଂ ଓଡ଼ିଶାର କେତେ କନଟ୍ରାକ୍ଟର କେତେ କାମ ପାଇଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରାଯାଇଥିଲା । ହେଲେ ସରକାର ଉତ୍ତର ଦେଲେ ତଥ୍ୟ ସଂଗ୍ରହ ଚାଲିଛିା । ଏହାର ଅର୍ଥ ସରକାର କ’ଣ ଲୁଚେଇବାକୁ ଚେଷ୍ଠା କରୁଛନ୍ତି । ଗ୍ରାମାଞ୍ଚଳରେ ଟେଣ୍ଡରଗୁଡିକୁ ବଞ୍ଚ କରି ବାହାର କନଟ୍ରାକଟରଙ୍କୁ ଦିଆଯାଇଛି ।

ବିଭିନ୍ନ ଯୋଜନାର ଟେଣ୍ଡର କାମକୁ ଏଭଳି ବଂଚିଂ କରିବାକୁ କିଏ ନିଦେ୍ର୍ଦଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜୟ । ସରକାର ଏହାର ସମ୍ପୂର୍ଣ ତଥ୍ୟ ରାଜ୍ୟବାସୀଙ୍କ ଆଗରେ ରଖିବା ଦରକାର । କିଏ ସିଏ ଓଡ଼ିଆ ବିରୋଧୀ ଓଡ଼ିଶାର ଜନସାଧାରଣ ଜାଣିବାର ଅଧିକାର ରହିଛି । ରାଜ୍ୟ ସରକାର ଓବିସସିକୁ ଅନେକ ନିର୍ମାଣ କାର୍ଯ୍ୟ ଦେଇଛନ୍ତି ।୨୦୨୦ରୁ ୨୨ ମସିହା ମଧ୍ୟରେ ଓବିସିସିକୁ ଦିଆଯାଇଥିବା କାମ ମଧ୍ୟରୁ ପାଖାପାଖି ୯୨ ପ୍ରତିଶତ କାମ ଓଡ଼ିଶା ବାହାରର କଣ୍ଟ୍ରାକ୍ଟର ପାଇଥିବା ବେଳେ ଓଡ଼ିଶା କଂଟ୍ରାକଟର ପାଇଛନ୍ତି ମୋଟ ୭.୩୯ ପ୍ରତିଶତ କାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ