Masthead

ଭାରତ–ଇଂଲଣ୍ଡ ତୃତୀୟ ଟେଷ୍ଟ, ୩୧୯ ରନରେ ଅଟକିଲା ଇଂଲଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ–ଇଂଲଣ୍ଡ ତୃତୀୟ ଟେଷ୍ଟରେ ଇଂଲଣ୍ଡ ୩୧୯ରେ ଅଲଆଉଟ୍‌ । ଭାରତର ୪୪୫ ରନ୍‌ ଜବାବରେ ଇଂଲଣ୍ଡ ୩୧୯ରେ ସୀମିତ । ମହମ୍ମଦ ସିରାଜଙ୍କୁ ୪ ୱିକେଟ । ଭାରତ ୧୨୬ ରନ୍‌ରେ ଅଗ୍ରଣୀ । ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ତୃତୀୟ ଦିନର ଖେଳ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ପାଳିରେ ୩୧୯ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଛି। ଗୁରୁବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୪୫ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା।

ଓପନର୍ ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲିଶ ଟିମ୍ ୨ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲା। ଆଜି ତୃତୀୟ ଦିନରେ ପୁନର୍ବାର ପାଳି ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ପ୍ରାରମ୍ଭରୁ ଜୋ ରୁଟଙ୍କୁ ପାଭିଲିଅନ୍ ପଠାଇଥିଲେ ବୁମରା। ଏହାପରେ ଜନ୍ନି ବେୟାରଷ୍ଟୋଙ୍କୁ ମଧ୍ୟ କୁଳଦୀପ୍ ଆଉଟ୍ କରାଇ ନେଇଥିଲେ। କେବଳ ଡକେଟ୍ ଗୋଟିଏ ସାଇଟରେ ବ୍ୟାଟିଂ ଜାରି ରଖିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର