Masthead

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଟ୍ଟଗୋଳ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ମୁହାଁମୁହିଁ ହେଲେ ମେୟର ଓ କର୍ପୋରେଟର । ଦୀର୍ଘ ସମୟ ପର୍ୟ୍ୟନ୍ତ ଚାଲିଲା ମେୟର ଓ କର୍ପୋରେଟର ମଧ୍ୟରେ ପାଟିତୁଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର ହୋଇଥିବା ବିଏମସିର କାଉନସିଲ ବୈଠକରେ । ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହାରି ମଧ୍ୟରେ ବିଏମସିର ୩୭ ନମ୍ବର କର୍ପୋରେଟର ବନୀତା ସାହୁ ପୂର୍ବରୁ ନିଜ ୱାର୍ଡରେ ହୋଇଥିବା ତାଙ୍କ ପ୍ରତି ଆକ୍ରମଣ ସମ୍ପର୍କରେ ନିଜର ମତ ରଖିଥିଲେ । କିଛି ଦିନ ପୂର୍ବରୁ ୱାର୍ଡ ନିର୍ଦ୍ଧାରଣକୁ ନେଇ ୩୭ ଓ ୩୮ ୱାର୍ଡ କର୍ପୋରେଟର ମଧ୍ୟରେ ପାଟିତୁଣ୍ଡ ହେବା ପରେ ଘଟଣାସ୍ଥଳରେ ମେୟର ସମେତ ବିଭାଗୀୟ ଅଧିକାରୀ ଓ ଦୁଇ କର୍ପୋରେଟର ଯାଇଥିଲେ । କିନ୍ତୁ ସେଠାରେ ଜଣେ ଠିକାଦାର ୩୭ ନମ୍ବର ୱାର୍ଡ କର୍ପୋରେଟର ବନୀତା ସାହୁକୁ ଖରାପ ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ ।

ଏନେଇ ବିଏମସି କାଉନସିଲ କାହିଁକି ତାଙ୍କ ସାଥ ଦେଲାନାହିଁ ଓ କେହି ତାଙ୍କ ବିରୁଦ୍ଧରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି କହିଥିଲେ । ଏହାପରେ ବନୀତାଙ୍କ ସପକ୍ଷରେ କିଛି କର୍ପୋରେଟର ବାହାରି ଏନେଇ ବୈଠକରେ ପାଟିତୁଣ୍ଡ ଆରମ୍ଭ କରିବା ସହ ମେୟରକୁ ଦୋଷାରୋପ କରିଥିଲେ । ଏହାକୁ ନେଇ ମେୟର ନିଜ ସ୍ଥାନରୁ ବାହାରି ବନୀତା ସାହୁ ଓ ଅନ୍ୟ କର୍ପୋରେଟର ନିକଟକୁ ଆସି ତାଙ୍କୁ ବୁଝାଇଥିଲେ । କିନ୍ତୁ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଆହୁରି ବଢ଼ିବା ସହ କର୍ପୋରେଟ ଓ ମେୟର ମଧ୍ୟରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ ସହ ଯୁକ୍ତିତର୍କ ହୋଇଥିଲା । ଦୀର୍ଘ ସମୟ ପରେ ବିଏମସି କମିଶନର ମେୟର ଓ କର୍ପୋରେଟର ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି