Masthead

ସିଧାସଳଖ ବାୟୁମଣ୍ଡଳରୁ ମିଳିବ ଅକ୍ସିଜେନ

ଭୋପାଳ(ବଡ଼ ଖବର ବ୍ୟୁରୋ): ପବନରୁ ଅକ୍ସିଜେନ । ମଧ୍ୟପ୍ରଦେଶ ଆଗର ମାଲବା ଜିଲ୍ଲାର ଜଣେ ଡାକ୍ତର ତିଆରି କରିଛନ୍ତି ସ୍ୱତନ୍ତ୍ର ଧରଣର ମେସିନ ।ଯାହା ଦ୍ୱାରା ବାୟୁମଣ୍ଡଳରୁ ହିଁ ଅକ୍ସିଜେନ ନେଇ ରୋଗୀଙ୍କୁ ଯୋଗାଇ ହେବ । ଅନେକ ସ୍ଥାନରେ ଏବେ ଜଟିଳ ସ୍ଥିତିରେ ପହଞ୍ଚିଛି ଅକ୍ସିଜେନ ଅଭାବ । ଆଉ ଏହାର ମୁକାବିଲା କରିବା ପାଇଁ ନିଜ ଉଦ୍ୟମରେ ଏକ କମ୍ପ୍ରେସର ମେସିନ ବାହାର କରିଛନ୍ତି ଡାକ୍ତର ବଜ୍ରଭୂଷଣ ।

ଜରୁରିକାଳୀନ ପରିସ୍ଥିତିରେ ଏହି ମେସିନ ମାଧ୍ୟମରେ ରୋଗୀଙ୍କୁ ବାୟୁମଣ୍ଡଳରୁ ଅକ୍ସିଜେନ ଗ୍ରହଣ କରି ଯୋଗାଇ ହେବ । ଏହି ମେସିନକୁ ଦନ୍ତ ଚିକିତ୍ସା ବିଭାଗରେ ଥିବା ଏକ କମ୍ପ୍ରେସରକୁ ଆଣି ମୋଡିଫିକେସନ କରି ଏଭଳି ଏକ ଅକ୍ସିଜେନ ମେସିନ ତିଆରି କରିଛନ୍ତି । ତେବେ ଡାକ୍ତର ବଜ୍ରଭୂଷଣଙ୍କୁ ଏହି କମ୍ପ୍ରେସର ମେସିନକୁ ଅକ୍ସିଜେନ୍ ମେସିନରେ ପରିବର୍ତ୍ତନ କରିବାକୁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଏହି କାର୍ଯ୍ୟରେ ତାଙ୍କୁ ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାହାଯ୍ୟ କରିଛନ୍ତି । ବଜ୍ରଭୂଷଣ କହିଛନ୍ତି ଏହି ମେସିନ ଦ୍ୱାରା କରୋନା ରୋଗୀଙ୍କୁ କିଛି ମାତ୍ରାରେ ଅମ୍ଳଜାନ ପ୍ରଦାନ କରିହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ