Masthead

ଝାଡ଼ଖଣ୍ଡରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଚମ୍ପାଇ ସରକାରଙ୍କ ଉପରେ ସଙ୍କଟର କଳାବାଦଲ । ଶପଥ ନେବାର ଦୁଇ ସପ୍ତାହ ପରେ ଝାଡ଼ଖଣ୍ଡରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା । ଚର୍ଚ୍ଚା ହେଉଛି ଭାଙ୍ଗି ଯିବ ଚମ୍ପାଇ ସରକାର । କାରଣ ଅସନ୍ତୁଷ୍ଟ ୮ ବିଧାୟକ ଏବେ ଦିଲ୍ଲୀରେ । ନୂଆ ସରକାରରେ ୧୨ ଜଣ ବିଧାୟକଙ୍କୁ ସ୍ଥାନ ନ ମିଳିବାକୁ ନେଇ ଗତକାଲି ରାତିରେ ଦିଲ୍ଲୀ ଯାଇଛନ୍ତି। ବିଧାୟକମାନେ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ରାଞ୍ଚିରେ ଅନେକ ରାଉଣ୍ଡ ବୈଠକ କରିଥିଲେ।

ଯେତେବେଳେ ଏହି ବୈଠକ କୌଣସି କାମ ଦେଇନଥିଲା ସେତେବେଳେ ସେମାନେ ଦିଲ୍ଲୀ ଯାଇଥିଲେ। ଗତକାଲି ରାତିରେ ଝାଡ଼ଖଣ୍ଡର ୮ ଜଣ କଂଗ୍ରେସ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। କଂଗ୍ରେସ ହାଇକମାଣ୍ଡକୁ ଭେଟିବା ପାଇଁ ଏମାନେ ଦିଲ୍ଲୀ ଆସିଥିବା କୁହାଯାଉଛି। ସେପଟେ ଏହି ସଙ୍କଟ ଭିତରେ ଚମ୍ପାଇ ସୋରେନ ମଧ୍ୟ ରାଜ୍ୟ କଂଗ୍ରେସ ସଭାପତି ରାଜେଶ ଠାକୁରଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି।

ଏହି ସମସ୍ତ କଂଗ୍ରେସ ବିଧାୟକ ଚମ୍ପାଇ ସୋରେନଙ୍କ ସରକାରଙ୍କ ବଜେଟ ଅଧିବେଶନରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସୋରେନ୍‌ ସରକାରରେ ଥିବା କଂଗ୍ରେସର ମନ୍ତ୍ରୀମାନଙ୍କୁ ଚମ୍ପାଇ ସରକାର ରିପିଟ୍‌ କରିଛନ୍ତି। ଏହାକୁ ନେଇ ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି। କଂଗ୍ରେସ ବିଧାୟକଙ୍କ କୋଟାରୁ ସମସ୍ତ ୪ଜଣ ମନ୍ତ୍ରୀଙ୍କୁ ହଟାଇ ନୂଆ ଚେହେରାକୁ ସାମିଲ କରାଇବାକୁ ସେମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ