Masthead

ଓଡ଼ିଶାରେ ହୋଇପାରେ ବହୁ ଚର୍ଚ୍ଚିତ ପୁଷ୍ପା-୨ ର ସୁଟିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ହୋଇପାରେ ବହୁ ଚର୍ଚ୍ଚିତ ପୁଷ୍ପା-୨ ର ସୁଟିଂ । ପୁଷ୍ପର ଜବରଦସ୍ତ ସଫଳତା ପରେ ତିଆରି ହେବାକୁ ଯାଉଛି ଏହାର ସିକ୍ୱେଲ ପୁଷ୍ପା-୨ । ଅଭୀନେତା ଆଲୁ ଅର୍ଜୁନ ୨ ଦିନ ତଳେ ଏହାର ପୋଷ୍ଟର ସେୟାର କରିବା ପରେ ପ୍ରଶଂସକଙ୍କ ଉସାହ  ବଢିଯାଇଛି । ସମସ୍ତେ ଅପେକ୍ଷା କରିଛନ୍ତି ପୁଷ୍ପା-୨କୁ ଦେଖିବା ପାଇଁ । ଏହାରି ଭିତରେ ଓଡ଼ିଶାରେ ଥିବା ପୁଷ୍ପାର ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୁଷ୍ପା-୨ର ଅନେକ ଭାଗର ସୁଟିଂ ଓଡ଼ିଶାରେ ହୋଇପାରେ । ମାଲକାନାଗିରିର ଘଞ୍ଚ ଜଙ୍ଗଲରେ ଚନ୍ଦନ କାଠ ଚୋରୀର ସିନ୍ ସୁଟିଂ ହୋଇପାରେ । ଫିଲ୍ମର ପ୍ରଡକ୍ସନ ଟିମ ଏଥିପାଇଁ ମାଲକାନାଗିରିର ଜଙ୍ଗଲରେ ପହଞ୍ଚି ସୁଟିଂ ଭ୍ୟୁ ପରଖିଛନ୍ତି । ଏହି ଟିମରେ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ସାଇଟ ଭ୍ୟୁ ପରେ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛନ୍ତି ପି. ଭେଙ୍କଟେଶ୍ୱର ରାଓ ।

ବଡ଼ ଖବରକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ଫିଲ୍ମର ପ୍ରଡକ୍ସନ ମ୍ୟାନେଜର ପି. ଭେଙ୍କଟେଶ୍ୱର ରାଓ କହିଛନ୍ତି ଆମେ କିଛି ଆକ୍ସନ ସିନ୍ ସୁଟିଂ କରିବା ପାଇଁ ବିଭିନ୍ନ ସ୍ଥାନ ବୁଲି ଦେଖିଛୁ । ହନ୍ତାଳଗୁଡ଼ା, ସାର୍କୁବନ୍ଧ ଝୁଲାପୋଲ ସହ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଛନ୍ତି ଟିମ୍ । ସେଟ୍କୁ ଆଲୁ ଅର୍ଜୁନଙ୍କ ଆସିବା ନେଇ କୌଣସି ସ୍ଥିର କରାଯାଇନଥିବା କହିଛନ୍ତି ପି. ଭେଙ୍କଟେଶ୍ୱର ରାଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼