Masthead

ସିଦ୍ଧୁଙ୍କ ପାଇଁ ବିଜେପି କରୁଛି ମାଷ୍ଟରପ୍ଲାନ!

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ଭିତରେ ନବଜୋତ ସିଦ୍ଧୁଙ୍କ ପାଇଁ ବିଜେପି ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । କଳ୍ପନାଜଳ୍ପନା ଚାଲିଛି ଯେ ନବଜୋତ ସିଦ୍ଧୁ ପୁଣି ଥରେ କଂଗ୍ରେସ ଛାଡି ବିଜେପିକୁ ଫେରିବେ। ପଞ୍ଜାବର ବିଜେପି ଅଧିକାରୀ ସୋମଦେବ ଶର୍ମା କହିଛନ୍ତି ସିଦ୍ଧୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବାର ସୂଚନା ରହିଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ସିଦ୍ଧୁ ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନବଜୋତ ସିଦ୍ଧୁ କହିଛନ୍ତି କଂଗ୍ରେସ ତାଙ୍କୁ ଅଣଦେଖା କରୁଛି। ପଞ୍ଜାବରେ କଂଗ୍ରେସ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦ ଦେଇନାହିଁ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ପଞ୍ଜାବର ଅମୃତସର ଲୋକସଭା ନିର୍ବାଚନମଣ୍ଡଳୀ ହେଉଛି ବିଜେପିର ଗଡ଼। ଅମୃତସର ଲୋକଙ୍କ ଉପରେ ସିଦ୍ଧୁଙ୍କର ମଧ୍ୟ ଭଲ ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ସିଦ୍ଧୁଙ୍କୁ ଅମୃତସରରୁ ଲୋକସଭା ନିର୍ବାଚନ ପ୍ରାର୍ଥୀ କରେ ତେବେ ସେ ନିର୍ବାଚନରେ ଜିତିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି