ପୋଲ ନ ହେଲେ ଓଡ଼ିଶା ଛାଡିବେ ଗ୍ରାମବାସୀ

ବରଗଡ଼ (ବଡ଼ ଖବର ବ୍ୟୁରୋ): ପୋଲ ତିଆରି ନହେଲେ ଛତିଶଗଡ଼ରେ ମିଶିବେ ଓଡିଶାର ଗ୍ରାମବାସୀ । କ୍ଷୋଭର ସହ ଏପରି କହିଛନ୍ତି ଅଙ୍ଗନଦୀ ସେପଟେ ରହୁଥିବା ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ସତ୍ତ୍ୱେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ପାଇକମାଳ ବ୍ଲକ ଚରଦାପାଲି ନିକଟରେ ଥିବା ଅଙ୍ଗନଦୀରେ ପୋଲ ନିର୍ମାଣ ହୋଇପାରିନାହିଁ । ଯଦ୍ୱାରା ଚରଦାପାଲି ବିଛିନ୍ନାଞ୍ଚଳ ଭାବ ପରିଗଣିତ ହେଉଛି । ପାଇକମାଳ ପଞ୍ଚାୟତର ଲୁହୁରାକୋଟ, ଲହଣ୍ତିପୁର, ଗୁଣ୍ତିଚାଡିହି, ଚଂଗରିଆ ଓ ଚର୍ଦାପାଲି ଗ୍ରାମର ଅଧିବାସୀମାନେ ପୋଲ ନଥିବାରୁ ହନ୍ତସନ୍ତ ହେଉଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ, ରୋଗୀ, ଗର୍ଭବତ, ବୃଦ୍ଧ ବୃଦ୍ଧା ଖାଉଟି ସାମଗ୍ରୀ ଆଣିବାରେ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଚର୍ଦ୍ଦାପାଲି ଓଡ଼ିଶାର ହୋଇଥିଲେ ମଧ୍ୟ ଗମନାଗମନର ସୁବିଧା ନାହିଁ । ନଦୀର ଆରପଟେ ରହୁଥିବା ଲୋକମାନେ ଓଡ଼ିଶା ଅପେକ୍ଷା ଛତିଶଗଡ଼ ଉପରେ ଅଧିକ ନିର୍ଭର କରିଥାନ୍ତି । ଏଥିସହ ଏହି ରାସ୍ତାରେ ଛତିଶଗଡର ବିଭିନ୍ନ ସହରକୁ ଦୂରତା ମଧ୍ୟ କମ ହୋଇଥାଏ । ଅଙ୍ଗନଦୀରେ ପୋଲ ନିର୍ମାଣ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ କେତେକ ସାମାଜିକ କର୍ମୀ ମଧ୍ୟ ସରକାରଙ୍କୁ ଟ୍ୟୁଟ୍ ମାଧ୍ୟମରେ ଜଣାଇଛନ୍ତି । ବିଗତ ପ୍ରାୟ ୮ ବର୍ଷ ହେବ ଅଙ୍ଗନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । କିନ୍ତୁ ତାହା ଏଯାବତ୍ ଫଳପ୍ରଦ ହୋଇପାରିଲା ନାହିଁ ।

ଅଙ୍ଗନଦୀରେ ପୋଲ ନିର୍ମାଣ ଲାଗି ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇଛି । ଏ ସମ୍ପର୍କରେ ଲଖମରା ହାଇସ୍କୁଲରେ ବରଗଡ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକ କର୍ମୀଙ୍କ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ସମସ୍ତ ସାମାଜିକ କାର୍ଯ୍ୟକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ପୋଲ ନିର୍ମାଣ ସପକ୍ଷରେ ମତାମତ ଦେଇଥିଲେ । ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ପୋଲ ନିର୍ମାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପୂର୍ବରୁ ଜଣାଇସାରିଛନ୍ତି। ଲଖମରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପଦ୍ମପୁର, ବରଗଡ଼, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ମେଳଛାମୁଣ୍ଡା ସମେତ ଵିଭିନ୍ନ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ । ଦେଶ ସ୍ଵାଧୀନ ହେବାର ୭୦ ବର୍ଷ ପରେ ମଧ୍ୟ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଚର୍ଦ୍ଦାପାଲି ଠାରୁ ବିଚ୍ଛିନ୍ନ ହୋଇ ରହିବା ଦୁର୍ଭାଗ୍ୟଜନକ । ଦେଖାଯାଉ କେବେ ଭାଙ୍ଗୁଛି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ