Masthead

ପୋଲିସକୁ ଅଟକାଇଲେ ଗ୍ରାମବାସୀ

ବଡ଼ମ୍ବା (ବଡ଼ ଖବର ବ୍ୟୁରୋ): ଗିରଫ କରିବାକୁ ଆସିଲେ ପୋଲିସ । ଗିରଫ କରିବା ପୂର୍ବରୁ ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ବଡମ୍ବା ଥାନାର ପୋଲିସ ସିଭିଲ ଡ୍ରେସରେ ଗୋପାଳପୁର ଗ୍ରାମର ଯୁବ ସମାଜସେବୀ ସାବୁଲି ବେହେରାକୁ କୌଣସି ମାମଲାରେ ଉଠାଇ ନେବାକୁ ଆସିଥିଲା । ନିଜ ଦୋଷ ସମ୍ପର୍କରେ ପୋଲିସକୁ ପଚାରିଥିଲେ ସାବୁଲି । ଦୋଷ ଜଣାଇବା ପରିବର୍ତ୍ତେ ପୋଲିସ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ତାତି ଯାଇଥିଲେ ଗ୍ରାମବାସୀ । ପୋଲିସ ଭ୍ୟାନକୁ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ପହଞ୍ଚି ବୁଝାଇବା ପରେ ଉତ୍ତେଜନା ଥମିଥିଲା। ରାଜନୈତିକ ଉଦେଶ୍ୟ ରଖି ପୋଲିସ ଏଭଳି ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା