Masthead

ସାରା ଦେଶର ଶୁଭେଚ୍ଛା, ଶୁଭକାମନା ମହାକାଶଚାରୀ ସହ ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୪ ମହାକାଶଚାରୀଙ୍କ ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ । ଭାରତୀୟ ବାୟୁସେନାର ୪ ପାଇଲଟ୍‌ ଯିବେ ମହାକାଶ । ୪ ମହକାଶଚାରୀଙ୍କ ନାଁ ହେଲା ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକୃଷ୍ଣ  ନାୟର, ଗ୍ରୁପ କ୍ୟାପଟେନ ଅଜିତ କ୍ରିଷ୍ଣନ୍, ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରସାଦ, ୱିଙ୍ଗ କମାଣ୍ଡର ଶୁଭଶୁଂ ଶୁକ୍ଳାଙ୍କ । ୪ ମହକାଶଚାରୀଙ୍କ ନାଁ ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମହାକାଶ ଯିବ ପାଇଁ ଯେଉଁ ୪ ଜଣଙ୍କ ନାଁ ଘୋଷଣା କରାଯାଇଛି ସେହି ୪ ଜଣ କେବଳ ବ୍ୟକ୍ତି ନୁହଁନ୍ତି, ୧୪୦ କୋଟି ଲୋକଙ୍କ ଶକ୍ତି ।

ଭାରତର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ଏହି ୪ ଜଣ । ଆପଣମାନେ ଆଜିର ଭାରତର ବିଶ୍ୱାସ, ଆଜିର ଭାରତର ଶୌର୍ଯ୍ୟ । ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ସେ ଆହୁରି ମଧ୍ୟ କହିଛନ୍ତି ସାରା ଦେଶର ଶୁଭେଚ୍ଛା, ଶୁଭକାମନା ଆପଣମାନଙ୍କ ସହ ରହିଛି । ୪ ମହାକାଶଚାରୀ ଓ ସେମାନଙ୍କ ପରିବାରକୁ ସହଯୋଗ କରନ୍ତୁ ।

ଗଗନଯାନରେ ବ୍ୟବହୃତ ଅଧିକାଂଶ ଉପକରଣ ଭାରତରେ ନିର୍ମିତ । ମହିଳା ବୈଜ୍ଞାନିକଙ୍କ ବିନା ଏଭଳି କୌଣସି ମିଶନର କଳ୍ପନା ଜରିହେବନି । ଇସ୍ରୋର ସଫଳତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଛି । ଇସ୍ରୋରେ କାମ କରିବାକୁ ଆଜି ଲକ୍ଷ ଲକ୍ଷ ପିଲାଙ୍କ ବଡ଼ ସ୍ୱପ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର