Masthead

ସମ୍ବିତଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଲେ ଦାମୋଦର ରାଉତ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଦୀର୍ଘ ପାଞ୍ଚବର୍ଷ ପରେ ଗୋଟିଏ ମଞ୍ଚରେ ବାପ-ପୁଅଙ୍କୁ ଦେଖିବାକୁ ମିଳିଛି। ବର୍ତମାନର ପାରାଦୀପର ବିଧାୟକ ସମ୍ବିତ ରାଉତରାୟ ଏବଂ ତାଙ୍କ ବାପା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଦୀର୍ଘ ପାଞ୍ଚ ବର୍ଷ ପରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ୨୦୧୮ରେ ଦାମଦୋର ରାଉତ ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଖରାପ ମନ୍ତବ୍ୟ ପାଇଁ ତାଙ୍କର ମନ୍ତ୍ରୀ ପଦ ଯାଇଥିଲା ।

ପରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିଲା। ଏହାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ସେହି ସମୟରେ ବିଜୁ ଜନତାଦଳ ପକ୍ଷରୁ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ପାଇଁ ବିଧାୟକ ଭାବେ ଟିକେଟ ମିଳିଥିଲା। ସମ୍ବିତ ରାଉତରାୟ ପାରାଦୀପ ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ପାରିବାରିକ ଭାବେ ଗୋଟିଏ ଘରେ ରହୁଥିଲେ ମଧ୍ୟ ଦଳୀୟ ଭାବେ ଦିଗ ଥିଲା ଅଲଗା।

ତେବେ ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ସମୟରେ ବିଜୁ ଜନତା ଦଳ ପକ୍ଷରୁ ତାଙ୍କ ଉପରେ ଲାଗିଥିବା କଟକଣାକୁ ବିଜେଡି ସୁପ୍ରିମ ହଟାଇଥିଲେ। ଏହାପରେ ଦଳୀୟ ଭାବେ ସର୍ବାସମୁଖରେ ଏକାଠି ହେବାକୁ ମିଳିଥିଲା ସୁଯୋଗ। ଯାହାର ଫଳ ସ୍ୱରୂପ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା ବାପା ଦାମଦୋର ରାଉତ ଏବଂ ପୁଅ ସମ୍ବିତ ରାଉତରାୟଙ୍କୁ। ଆଗକୁ ଆସୁଛି ନିର୍ବାଚନ। ପାରାଦୀପ ବିଧାୟକ ଟିକେଟ ପାଇଁ ଏକାଧିକ ବିଜେଡି ଦଳୀୟ ନେତାଙ୍କ ନାମ ଶୁଣିବାକୁ ମିଳୁଥିବା ବେଳେ ଏକ ବିଶାଳ ସାଧାରଣ ସଭା କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ସୁପ୍ରିମଙ୍କ ଆଗରେ ନିଜର ଜନ ସମର୍ଥନ ଦେଖାଇଛନ୍ତି ବିଧାୟକ ସମ୍ବିତ ରାଉତରାୟ।

ରାହାମା ବଜାର ଠାରୁ ହଜାର ହଜାର ସମର୍ଥକଙ୍କ ସହ କରିଥିଲେ ରୋଡ଼ ସୋ। ସମର୍ଥକ ସହ ରୋଡ଼ ସୋ ପରେ କୁଜଙ୍ଗରେ କରିଥିଲେ ସାଧାରଣ ସଭା । ଯେଉଁଥିରେ ଯୋଗ ଦେଇଥିଲେ ଡାକ୍ତର ଦାମୋଦର ରାଉତ। ତେବେ ମଞ୍ଚରେ ଥିବା ସମସ୍ତ ଅତିଥି ବିଜେଡି ସୁପ୍ରିମଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କରିଥିବା ବେଳେ ଡାକ୍ତର ରାଉତ ନିଜର ମତ ରଖିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ