Masthead

କଂଗ୍ରେସକୁ କ୍ରସ୍‌ ଭୋଟିଂ କାଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ବ୍ୟାପକ କ୍ରସଭୋଟିଂ । ସଙ୍କଟରେ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାର । ଉତ୍ତରପ୍ରଦେଶ, କର୍ନାଟକ ଏବଂ ହିମାଚଳପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶର ୧୦ଟି ଆସନରୁ ବିଜେପି ୮ଟିରେ ବିଜୟୀ ହୋଇଥିବାବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି। ସେହିପରି କର୍ଣ୍ଣାଟକରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ଗୋଟିଏ ଆସନ ଜିତିଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବଡ ହଲଚଲ ଦେଖାଦେଇଛି ।

ରାଜ୍ୟର କଂଗ୍ରେସ ସରକାର ପାଖରେ ବହୁମତ ନଥିବା ଦର୍ଶାଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳାଙ୍କୁ ଭେଟିଛନ୍ତି । କଂଗ୍ରେସର ବିଧାୟକ ତାଙ୍କ ସରକାର ସପକ୍ଷରେ ନଥିବା ଦର୍ଶାଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ହିମାଚଳପ୍ରଦେଶରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ହାରିଯାଇଛନ୍ତି। ସେଠାରେ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ଯୋଗୁ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। କର୍ଣ୍ଣାଟକରେ ୪ ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଶାସକ କଂଗ୍ରେସ ୩ ଆସନରେ ଜିତିଥିବାବେଳେ ବିଜେପିକୁ ଗୋଟିଏ ଆସନ ମିଳିଛି।

କଂଗ୍ରେସରୁ ଅଜୟ ମାକେନ, ଜି.ସି. ଚନ୍ଦ୍ରଶେଖର ଏବଂ ସୟେଦ ନସୀର ହୁସେନ୍‌ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିବାବେଳେ ଭାଜପାରୁ ନାରାୟଣ କେ. ଭନ୍ଦାଗେ ଜିତିଛନ୍ତି। ୪ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୫ ପ୍ରାର୍ଥୀ ରହିଥିଲେ। ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ଜଣାପଡ଼ିଛି। ଭାଜପା ବିଧାୟକ ଏସ୍‌.ଟି. ସୋମଶେଖର କଂଗ୍ରେସ ପ୍ରାର୍ଥୀ ମାକେନ୍‌ଙ୍କୁ ଭୋଟ ଦେଇଥିଲେ। ଅନ୍ୟତମ ବିଜେପି ବିଧାୟକ ଏ. ଶିବରାମ ହେବ୍ବର ଭୋଟ ବେଳେ ଅନୁପସ୍ଥିତ ରହିଥିଲେ।

ଦକ୍ଷିଣ ଭାରତୀୟ ରାଜ୍ୟରେ ଦଳୀୟ ବିଧାୟକଙ୍କ କ୍ରସ୍‌ ଭୋଟିଂ ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି। ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ବିଜୟ ହୋଇଛି । ଏହାପରେ କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି । କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ହାରି ଯାଇଛନ୍ତି । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥାଇ ବି ବିଜୟ ହାତେଇ ନେଇଛି । କଂଗ୍ରେସର ୬ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି