Masthead

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୁଖବିନ୍ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିମାଚଳରେ ଲାଗିରହିଛି ରାଜନୈତିକ ହଟଚମଟ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପଦରୁ ଦେଇଛନ୍ତି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ପଠାଇଥିବା ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏନେଇ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ବି ଘୋଷଣା ହେଇନଥିଲେ ସୁଦ୍ଧା, ସୁଖୁ ତାଙ୍କ ଦଳର ପର୍ଯ୍ୟବେକ୍ଷକଙ୍କୁ ତାଙ୍କର ଇସ୍ତଫା ଦେଇଦେଇଛନ୍ତି ।

ଦଳର ୬ ଜଣ ବିଧାୟକ ବିଦ୍ରୋହୀ ହେଇଯିବା ସହ, ଦଳ ବିରୋଧରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ତେବେ ଏହାପରେ ସୁଖୁ ସରକାରରେ ସାମିଲ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ବିକ୍ରମାଦିତ୍ୟ । ମନ୍ତ୍ରୀପଦରୁ ଇସ୍ତଫା ଦେବା ସହ ଭାବୁକ ହୋଇ ବିକ୍ରମାଦିତ୍ୟ କହିଛନ୍ତି, ଯେଉଁ ବୀରଭଦ୍ର ସିଂଙ୍କ ନାଁ ନେଇ କଂଗ୍ରେସ ହିମାଚଳପ୍ରଦେଶରେ ସରକାର ଗଢିଲା ସେଠାରେ ତାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ୨ ଗଜ ଜମି ମଧ୍ୟ ଦିଆଗଲାନି ।

ବୀରଭଦ୍ର ସିଂଙ୍କୁ ଅସମ୍ମାନ କରାଯାଇଛି । ମୁଁ ପଦ ପାଇଁ ଲୋଭ କରିନି କିନ୍ତୁ ଏହି ସରକାରରେ ଯେଉଁ ମିଳିବା କଥା ତାହା ମିଳୁନି । ମୋତେ ଚାପିଦେବାକୁ ଚେଷ୍ଟା କରାଯାଉଛି । ପଦ ନମିଳିଲେ ଚଳିବ କିନ୍ତୁ ଅସ୍ତିତ୍ୱକୁ ନଷ୍ଟ କରିବାକୁ ଯେତେବେଳେ ଉଦ୍ୟମ କରାଯିବ ସେତେବେଳେ ଚୁପ୍ ବସିବୁ କେମିତି ବୋଲି ପ୍ରଶ୍ନ କରିଥିଲେ ବିକ୍ରମାଦିତ୍ୟ । ତେବେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡିକେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା