Masthead

ବିନା ଦର୍ଶକରେ ନାଟକ

ଜଟଣୀ(ବଡ଼ ଖବର ବ୍ୟୁରୋ): ପ୍ରଥମ ଥର ବିନା ଦର୍ଶକରେ ଜଟଣୀର ପୁରାତନ ରଙ୍ଗମଞ୍ଚ ଉତ୍ତରାୟଣୀ କ୍ଳବରେ ମଞ୍ଚସ୍ଥ ହୋଇଛି ନାଟକ । ପ୍ରତିବର୍ଷ ଦଶହରା ଅବସରରେ ଉତ୍ତରାୟଣୀ କ୍ଳବର କଳାକାରମାନେ ଦୁଇଟି ନାଟକ ପରିବେଷଣ କରିଥାନ୍ତି । ନାଟକ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ହୁଏ । ଉତ୍ତରାୟଣୀ କ୍ଲବର ୯୨ତମ ବାର୍ଷିକ ନାଟ୍ୟୋତ୍ସବ ଆୟୋଜିତ ହୋଇଥିଲା । ନାଟକ ‘ଅଯୋଗ୍ୟ ରାଜା’ ମଞ୍ଚସ୍ଥ ହୋଇଥିଲା । ପ୍ରେକ୍ଷାଳୟରେ ଦର୍ଶକ ନଥାଇ ମଞ୍ଚସ୍ଥ ହୋଇଥିଲା ‘ଅଯୋଗ୍ୟ ରାଜା’ ।

ରାଜ୍ୟର ରାଜା ଯଦି ଅଯୋଗ୍ୟ ହୁଏ ରାଜ୍ୟବାସୀ କିପରି ହଇରାଣ ହୁଅନ୍ତି । ନ୍ୟାୟ ପାଇଁ ନିଜ ଜୀବନକୁ ବାଜିରେ ଲଗାନ୍ତି । ନ୍ୟାୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟର ମହାମନ୍ତ୍ରୀ , କଟୁଆଳ ଏପରିକି ସାଧାରଣ ଜନତା ଚକ୍ରାନ୍ତ କରି ରାଜାଙ୍କୁ ଫାଶୀରେ ଝୁଲେଇ ଦିଅନ୍ତି। ଏହି ବିଷୟକୁ ନେଇ ନାଟକ ‘ଅଯୋଗ୍ୟ ରାଜା’ ପରିବେଷଣ କରାଯାଇଥିଲା । ଦୀର୍ଘବର୍ଷ ହେବ ଏଭଳି ନାଟକ ମଞ୍ଚସ୍ଥ ହୋଇ ଆସୁଥିଲା । ପରମ୍ପରାକୁ ବଜା ରଖିବା ଲାଗି ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ନାଟକ ମଞ୍ଚସ୍ଥ କରାଯାଇଥିଲା । ଆଲୋକ, ଶବ୍ଦ, ମ୍ୟୁଜିକ, ପୋଷାକ, ମେକପ ଓ ସମସ୍ତ ନାଟକୀୟ ସମାଗ୍ରୀ ବ୍ୟବହାର ହୋଇଥିଲେ ସୁଦ୍ଧା କଳାକାରମାନେ ମାସ୍କ ଓ ଗ୍ଲୋବ୍ସ ଲଗାଇ ଅଭିନୟ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ