Masthead

ବିନା ଦର୍ଶକରେ ନାଟକ

ଜଟଣୀ(ବଡ଼ ଖବର ବ୍ୟୁରୋ): ପ୍ରଥମ ଥର ବିନା ଦର୍ଶକରେ ଜଟଣୀର ପୁରାତନ ରଙ୍ଗମଞ୍ଚ ଉତ୍ତରାୟଣୀ କ୍ଳବରେ ମଞ୍ଚସ୍ଥ ହୋଇଛି ନାଟକ । ପ୍ରତିବର୍ଷ ଦଶହରା ଅବସରରେ ଉତ୍ତରାୟଣୀ କ୍ଳବର କଳାକାରମାନେ ଦୁଇଟି ନାଟକ ପରିବେଷଣ କରିଥାନ୍ତି । ନାଟକ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ହୁଏ । ଉତ୍ତରାୟଣୀ କ୍ଲବର ୯୨ତମ ବାର୍ଷିକ ନାଟ୍ୟୋତ୍ସବ ଆୟୋଜିତ ହୋଇଥିଲା । ନାଟକ ‘ଅଯୋଗ୍ୟ ରାଜା’ ମଞ୍ଚସ୍ଥ ହୋଇଥିଲା । ପ୍ରେକ୍ଷାଳୟରେ ଦର୍ଶକ ନଥାଇ ମଞ୍ଚସ୍ଥ ହୋଇଥିଲା ‘ଅଯୋଗ୍ୟ ରାଜା’ ।

ରାଜ୍ୟର ରାଜା ଯଦି ଅଯୋଗ୍ୟ ହୁଏ ରାଜ୍ୟବାସୀ କିପରି ହଇରାଣ ହୁଅନ୍ତି । ନ୍ୟାୟ ପାଇଁ ନିଜ ଜୀବନକୁ ବାଜିରେ ଲଗାନ୍ତି । ନ୍ୟାୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟର ମହାମନ୍ତ୍ରୀ , କଟୁଆଳ ଏପରିକି ସାଧାରଣ ଜନତା ଚକ୍ରାନ୍ତ କରି ରାଜାଙ୍କୁ ଫାଶୀରେ ଝୁଲେଇ ଦିଅନ୍ତି। ଏହି ବିଷୟକୁ ନେଇ ନାଟକ ‘ଅଯୋଗ୍ୟ ରାଜା’ ପରିବେଷଣ କରାଯାଇଥିଲା । ଦୀର୍ଘବର୍ଷ ହେବ ଏଭଳି ନାଟକ ମଞ୍ଚସ୍ଥ ହୋଇ ଆସୁଥିଲା । ପରମ୍ପରାକୁ ବଜା ରଖିବା ଲାଗି ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ନାଟକ ମଞ୍ଚସ୍ଥ କରାଯାଇଥିଲା । ଆଲୋକ, ଶବ୍ଦ, ମ୍ୟୁଜିକ, ପୋଷାକ, ମେକପ ଓ ସମସ୍ତ ନାଟକୀୟ ସମାଗ୍ରୀ ବ୍ୟବହାର ହୋଇଥିଲେ ସୁଦ୍ଧା କଳାକାରମାନେ ମାସ୍କ ଓ ଗ୍ଲୋବ୍ସ ଲଗାଇ ଅଭିନୟ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ