Masthead

୮୦ ଦିନ ପରେ ଖୋଲିଲା ମହାକାଳେଶ୍ୱର ମନ୍ଦିର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଖୋଲିଲା ମହାକାଳେଶ୍ୱର ମନ୍ଦିର । ଭକ୍ତଙ୍କ ପାଇଁ ସୋମବାର ଖୋଲିଲା ମହାରାଷ୍ଟ୍ରର ଉଜ୍ଜୟନୀରେ ଥିବା ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିର । କରୋନା ଯୋଗୁଁ ବନ୍ଦ ହୋଇଥିବା ଏହି ମନ୍ଦିର ୮୦ ଦିନ ପରେ ଖୋଲିଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରୁ ଏପ୍ରିଲ ୯ରେ ଏହି ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା । ମହାରାଷ୍ଟ୍ରର ୫୨ ଜିଲ୍ଲା ମଧ୍ୟରୁ ୩୭ ରେ ଗତ ୨୪ଘଣ୍ଟା ଭିତରେ ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ନଥିବାରୁ ଏହି ପ୍ରସିନ୍ଧ ମନ୍ଦିର ଖୋଲିବା ପାଇଁ ମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲା ।

ବିଶେଷଜ୍ଞମାନଙ୍କ ମତାମତ ଅନୁସାରେ ମନ୍ଦିର ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ସୋମବାର ସକାଳ ୬ ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କିନ୍ତୁ ସବୁ ଭକ୍ତଙ୍କ ପାଇଁ ଦର୍ଶନ ସୁବିଧା ମିଳିବ ନାହିଁ । ଯେଉଁ ଭକ୍ତମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ ସେମାନଙ୍କୁ ଦର୍ଶନ ସୁବିଧା ମିଳିବ । ଅନ୍ୟମାନେ ୨୫୦ ଟଙ୍କା ଦେଇ ଧାଡିରେ ଠକୁରଙ୍କୁ ଦର୍ଶନ କରିପାରିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ଭକ୍ତମାନେ ଭସ୍ମଆଳତି ଓ ଶୟନ ଆଳତି ଦର୍ଶନ କରିପାରିବେ ନାହିଁ । ସେହିଭଳି ଓଡ଼ିଶାରେ ମଧ୍ୟ ଆସ୍ତେ ଆସ୍ତେ ସଂକ୍ରମଣ ହାର କମିବାରେ ଲାଗିଛି ତେଣୁ ଶ୍ରୀମନ୍ଦିର ମଧ୍ୟ ଖୋଲାଯିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ