୮୦ ଦିନ ପରେ ଖୋଲିଲା ମହାକାଳେଶ୍ୱର ମନ୍ଦିର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଖୋଲିଲା ମହାକାଳେଶ୍ୱର ମନ୍ଦିର । ଭକ୍ତଙ୍କ ପାଇଁ ସୋମବାର ଖୋଲିଲା ମହାରାଷ୍ଟ୍ରର ଉଜ୍ଜୟନୀରେ ଥିବା ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିର । କରୋନା ଯୋଗୁଁ ବନ୍ଦ ହୋଇଥିବା ଏହି ମନ୍ଦିର ୮୦ ଦିନ ପରେ ଖୋଲିଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରୁ ଏପ୍ରିଲ ୯ରେ ଏହି ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା । ମହାରାଷ୍ଟ୍ରର ୫୨ ଜିଲ୍ଲା ମଧ୍ୟରୁ ୩୭ ରେ ଗତ ୨୪ଘଣ୍ଟା ଭିତରେ ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ନଥିବାରୁ ଏହି ପ୍ରସିନ୍ଧ ମନ୍ଦିର ଖୋଲିବା ପାଇଁ ମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲା ।

ବିଶେଷଜ୍ଞମାନଙ୍କ ମତାମତ ଅନୁସାରେ ମନ୍ଦିର ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ସୋମବାର ସକାଳ ୬ ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କିନ୍ତୁ ସବୁ ଭକ୍ତଙ୍କ ପାଇଁ ଦର୍ଶନ ସୁବିଧା ମିଳିବ ନାହିଁ । ଯେଉଁ ଭକ୍ତମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ ସେମାନଙ୍କୁ ଦର୍ଶନ ସୁବିଧା ମିଳିବ । ଅନ୍ୟମାନେ ୨୫୦ ଟଙ୍କା ଦେଇ ଧାଡିରେ ଠକୁରଙ୍କୁ ଦର୍ଶନ କରିପାରିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ଭକ୍ତମାନେ ଭସ୍ମଆଳତି ଓ ଶୟନ ଆଳତି ଦର୍ଶନ କରିପାରିବେ ନାହିଁ । ସେହିଭଳି ଓଡ଼ିଶାରେ ମଧ୍ୟ ଆସ୍ତେ ଆସ୍ତେ ସଂକ୍ରମଣ ହାର କମିବାରେ ଲାଗିଛି ତେଣୁ ଶ୍ରୀମନ୍ଦିର ମଧ୍ୟ ଖୋଲାଯିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ