Masthead

ଜମିବାଡ଼ିକୁ କେନ୍ଦ୍ର କରି ମୃତଦେହକୁ ଛୁଇଁଲେନି ପରିବାର ଲୋକେ

ସାହାରପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲା ସାହାରପଡ଼ା ପଞ୍ଚାୟତ ଆହାରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସ୍ୱର୍ଗତ ଚତୁର୍ଭୁଜ ମହାନ୍ତଙ୍କ ସ୍ତ୍ରୀ ଦମୟନ୍ତୀ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା। ପାରିବାରିକ ବିବାଦରୁ ଘର ଆଗରେ ମୃତଦେହ ପଡ଼ିରହିଥିଲେ ମଧ୍ୟ ପରିବାର ଲୋକେ ହାତ ମାରି ନଥିଲେ। ଭରସା ପରିବାର ସହାୟତାରେ ଦମୟନ୍ତୀଙ୍କ ହୋଇଥିଲା ଶେଷକୃତ୍ୟ । ସୂଚନା ଅନୁସାରେ ଦେଓ ଜଳ ସେଚନ ପ୍ରକଳ୍ପ ପାଇଁ ଜମି ଯାଇଥିବା ଟଙ୍କା ପାଇବା ପରେ ଦମୟନ୍ତୀଙ୍କୁ ଟଙ୍କା ଭାଗ ଦେଇନଥିଲେ।

ସେହି ଜମିବାଡ଼ି ଗଣ୍ଡଗୋଳକୁ ନେଇ କେହି ଆସି ନଥିବା ସୂଚନା ମିଳିଛି । ଯାହା ଫଳରେ ଦୀର୍ଘ ୧୪ ଘଣ୍ଟା ଧରି ମୃତଦେହ ଘର ଆଗରେ ପଡ଼ି ରହିଥିଲା। ଭରସା ପରିବାର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କୁ ଜଣାଇବା ପରେ ଭରସା ପରିବାର ସାହାରପଡ଼ା ବ୍ଲକ୍ ସଭାପତି ଓମପ୍ରକାଶ ମହାନ୍ତ,ଉପ ସଭାପତି ମନୋଜ ମହାନ୍ତଙ୍କସମେତ ସଦସ୍ୟମାନେ ଦମୟନ୍ତୀଙ୍କଗାଁ ଜମିରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନକରିଥିଲେ। ଅନ୍ୟପକ୍ଷେ ୩ ବର୍ଷ ପୂର୍ବରୁଦମୟନ୍ତୀଙ୍କ ସ୍ବାମୀ ଚତୁର୍ଭୁଜଙ୍କ ଦେହାନ୍ତହୋଇଥିବା ବେଳେ ଦମୟନ୍ତୀଙ୍କଦେହାନ୍ତ ପରେ ୨ ନାବାଳିକା ବେସାହାରା ହୋଇପଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି