Masthead

ମନିପର୍ସରୁ ମର୍ଡର

ବାରିପଦା (ବଡ଼ ଖବର ବ୍ୟୁରୋ): ସାମାନ୍ୟ ମନିପର୍ସ ପାଇଁ ଏତେ ବଡ଼ କାଣ୍ଡ । ପ୍ରଥମେ ଯୁକ୍ତିତର୍କ । ପରେ ବୀଭତ୍ସ ହତ୍ୟା । ଘଟଣାଟି ହେଉଛି ବାରିପଦାର । ଘଟଣା ଥିଲା କିଛି ଏଭଳି । ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ ମନିପର୍ସ ପାଇଥିଲେ। ସେଥିରେ ୫୫୦ ଟଙ୍କା। କିନ୍ତୁ ଏହି ପର୍ସ ନିଜର ବୋଲି କିଛି ଯୁବକ ଦାବି କରିଥିଲେ। ଯୁବକମାନେ ଦାବି କରିଥିଲେ ଯେ ପର୍ସଟିରେ ୧୩୫୦ ଟଙ୍କା ଥିଲା। ରାମଚନ୍ଦ୍ର ମୁଖି ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ପର୍ସରେ ୫୫୦ ଟଙ୍କା ଥିଲା।

ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏମିତିକି ମାରପିଟ ମଧ୍ୟ ହୋଇଥିଲେ। ଏହା ପରେ ଉକ୍ତ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ତେବେ ସନ୍ଧ୍ୟା ବେଳେ ରାମଚନ୍ଦ୍ର ମୁଖି ଘରକୁ ଫେରୁଥିବା ବେଳେ ମନିପର୍ସ ନେଇଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।

ଗଣ୍ଡଗୋଳ ଉଗ୍ର ରୂପ ନେଇ ରାମଚନ୍ଦ୍ର ମୁଖୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ। ପୋଲିସ ସହିତ ଠେଲା ପେଲା ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ହତ୍ୟାରେ ସଂପୃକ୍ତ ଅଭିଯୋଗରେ କିଛି ଯୁବକଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ