Masthead

ମେଡିକାଲ କଲେଜ ହସ୍ପିଟାଲ ଉଦଘାଟନରେ ରାଜନୀତି

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ମେଡିକାଲ କଲେଜ ହସ୍ପିଟାଲ ଉଦଘାଟନରେ ରାଜନୀତି। ବିଜେଡ଼ି ନେତାଙ୍କ ବ୍ୟତୀତ କାର୍ଯ୍ୟକ୍ରମରେ କହିବାକୁ ସୁଯୋଗ ନ ମିଳିବାରୁ ସଭାରୁ ଉଠି ଆସିଲେ ବିଧାୟକ ନରସିଂହ ମିଶ୍ର। ସରକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ହିନ ରାଜନୀତି କରାଯାଉଥିବା କହିଛନ୍ତି ବିଧାୟକ ନରସିଂହ ମିଶ୍ର। ସେ କହିଛନ୍ତି ମେଡିକାଲ କଲେଜ୍ କାର୍ଯ୍ୟ ସମ୍ପୂର୍ଣ ନହୋଇ ଉଦଘାଟନ କରାଯାଇଛି।

ଏପରିକି ନିର୍ବାଚନକୁ ଆଖି ଆଗରେ ରଖି ଅଧାପନ୍ତରିଆ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ସଭା ଆରମ୍ଭ ହୋଇ କିଛି ସମୟ ଚାଲିବା ପରେ ହଠାତ୍ ନରସିଂହ ମିଶ୍ର ଡ଼ାଏସରୁ ଉଠି ସଭାସ୍ଥଳ ଛାଡ଼ି ପଳାଇଥିଲେ। ସେ କହିଛନ୍ତି, ହସ୍ପିଟାଲ୍ ଉଦ୍ଘାଟନ ସଭାକୁ ବିଧାୟକ ଭାବରେ ଲୋକଙ୍କ ପ୍ରତିନିଧିତ୍ଵ କରି ଆସିଥିଲେ। ହେଲେ ତାଙ୍କୁ ସମ୍ମାନ ମିଳି ନାହିଁ ଅର୍ଥାତ୍ ଏଠିକାର ଲୋକ ଓ ଭୋଟରଙ୍କୁ ସରକାର ଅସମ୍ମାନ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ସେହିପରି ସରକାରୀ କାର୍ଯ୍ୟକ୍ରମରେ ବିଜେଡି ନେତା ରାଜନୀତି କରିଛନ୍ତି। ତେଣୁ ଏହାର ପ୍ରତିବାଦ ସ୍ବରୂପ ସେ ମଞ୍ଚ ଛାଡ଼ି ପଳାଇ ଆସି ଥିବା କହିଛନ୍ତି।

ସରକାର ସରକାରୀ କାର୍ଯ୍ୟକ୍ରମ ନାଁରେ ଦଳୀୟ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ସେପଟେ ବିଧାୟକଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। ସଭା ସ୍ଥଳରୁ କିଏ ଗଲା କିଏ ଆସିଲା ତାର ମହତ୍ତ୍ଵ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ବିକାଶ ପାଇଁ ସମସ୍ତେ ଏକ ହେବା ସହ ବିଜେଡି ଏଠି କୌଣସି ରାଜନୀତି କରୁନଥିବା ସେ କହିଛନ୍ତି। ସେହିପରି ସରକାର ରାଜନୀତି ନୁହେଁ, କାମ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା କଳିକେଶ ସିଂଦେଓ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି