Masthead

କାଲି ଓଡ଼ିଶାରେ ମୋଦିଙ୍କ ୩ଘଣ୍ଟିଆ କାର୍ଯ୍ୟକ୍ରମ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ମାସକ ମଧ୍ୟରେ ଦ୍ବିତୀୟ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାରେ ପ୍ରାୟ ୩ ଘଣ୍ଟା ରହିବେ ଓ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଏକ ସରକାରୀ କାର୍ୟ୍ୟକ୍ରମ ଏବଂ ଏକ ସାଧାରଣ ସଭାରେ ଯୋଗଦେଇ ଫେରିଯିବାର କାର୍ୟ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ମୋଦି ନିଜର ତେଲେଙ୍ଗାନା ଗସ୍ତ ଶେଷ କରି ଆସନ୍ତାକାଲି ଅପରାହ୍ନ ୨ଟା ୪୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ଓ ଠାରୁ ଚଣ୍ଡିଖୋଲ ଯାଇ ୫ଟା ୪୫ ମିନିଟରେ ପହଂଚି କୋଲକାତା ଅଭିମୁଖେ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଧାନମନ୍ତ୍ରୀ ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାୟୁସେନାର ଏମଆଇ-୧୭ ହେଲିକପ୍ଟରରେ ସିଧାସଳଖ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ।

ସେଠାରେ ସାଢ଼େ ଟାରୁ ୪ଟା ପର୍ୟ୍ୟନ୍ତ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବେ। ପ୍ରାୟ ୧୯ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କାର୍ପଣ ଓ ଶିଳାନ୍ୟାସ ସହ ଓଡ଼ିଶା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ପାଖରେ ଥିବା ଏକ ପଡ଼ିଆରେ ଆୟୋଜିତ ’ମୋଦି ଗ୍ୟାରେଂଟି’ ବିଶାଳ ସଭାରେ ବିଜେପିର ହଜାର ହଜାର ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି ୪୫ ମିନିଟର ଜନସଭା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ରହିଛି। ସେଠାରୁ ପୁଣି ଥରେ ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ। ପ୍ରାୟ ୫ଟା ୫୦ମିନିଟରେ ସେ କୋଲକାତା ଅଭିମୁଖେ ଯାତ୍ରା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି