Before Header

‘ଚେଞ୍ଜ କର ପାରାଦୀପ ବିଧାୟକ ପ୍ରାର୍ଥୀ’

0 1,227

ପାରାଦୀପ (ବଡ଼ ଖବର ବ୍ୟୁରୋ): ଚେଞ୍ଜ କର ପାରାଦୀପ ବିଧାୟକ ପ୍ରାର୍ଥୀ । ଆଉ ଯାହାକୁ ଦେଲେ ଆମେ ଅକୁଣ୍ଠାରେ ସମର୍ଥନ କରିବୁ ଏବଂ ବିଜେଡି ପ୍ରାର୍ଥୀ ଗତ ନିର୍ବାଚନ ଠାରୁ ଅଧିକ ଭୋଟରେ ବିଜୟୀ ହେବେ। ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଏକାଠି ହୋଇ ଏଭଳି ରଣହୁଂକାର ଦେଇଛନ୍ତି ବିଜେଡିର ସକ୍ରିୟ କର୍ମୀ । ବିଶାଳ ସମାବେଶ କରି ବିଧାୟକଙ୍କୁ ଖୋଲା ଚାଲେଞ୍ଜ କରିଛନ୍ତି କର୍ମୀ।

କୁଜଙ୍ଗର ଏକ ମଣ୍ଡପରେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦର ବିଭିନ୍ନ ଓ୍ବାର୍ଡରେ ବିଜେଡିର ନେତୃତ୍ବ ନେଉଥିବା ଆଗଧାଡିର ପାଖାପାଖି ୩ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ ଏହି ସମାବେଶରେ । ବିଗତ ୫ ବର୍ଷରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ କାର୍ଯ୍ୟକଳାପ ଓ ନିର୍ବାଚନ ମଣ୍ଡଳୀରେ ନିଷ୍କ୍ରିୟତାକୁ ନେଇ ବିଷୋଦଗାର କରିଥିଲେ କର୍ମୀ। କୁଜଙ୍ଗ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ଓ କୁଜଙ୍ଗ ବିଜେଡି ଦଳର ଟାଣୁଆ ନେତା ତପନ ସାମନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏହି ସମାବେଶରେ ଶ୍ରମିକ ନେତା ଗୋଲେଖ ନାୟକ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ବହୁ ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ।

ଏଥିରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିଜେଡି ସରକାର ସମୟରେ ଓଡ଼ିଶାର ବିକାଶ ସମ୍ପର୍କିତ ଆଲୋଚନା କରାଯାଇଥିବା ବେଳେ ବିଧାୟକଙ୍କୁ ଘୋର ବିରୋଧ କରାଯାଇଛି। ସମ୍ବିତଙ୍କୁ ଛାଡି ଆଉ ଯାହାକୁ ଟିକେଟ ଦେଲେ ଆମେ ଏହାକୁ ସ୍ୱୀକାର କରିବୁ । ନଚେତ ଆଗାମୀ ଦିନରେ ଆମେ ଆନ୍ୟବାଟ ଦେଖିବୁ ବୋଲି ଖୋଲାଖୋଲି ଭାବେ କହିଛନ୍ତି କର୍ମୀ।

Leave A Reply

Your email address will not be published.